www.samajalive.in
Saturday, December 6, 2025
17.1 C
Bhubaneswar

ନିର୍ବାଚନ ପୂର୍ବରୁ ମାତିଲେ ନକ୍ସଲ; ଛତିଶଗଡରେ ୪ ସିଆରପିଏଫ ଯବାନ ସହିଦ୍

ବିଜାପୁର: ଛତିଶଗଡର ବିଜେପୁରରେ ନକ୍ସଲଙ୍କ ଦ୍ବାରା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆରପିଏଫ ର ୪ ଜଣ ଯବାନ ସହିଦ୍ ହୋଇଛନ୍ତି । ଏଥିରେ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ବିଜେପୁର ଜିଲାର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆବାପଲ୍ଲୀ ଥାନା ଅନ୍ତର୍ଗତ ମୁରଡଣ୍ଡା ଗାଁରେ ଥିବା ସିଆରପିଏଫ ୧୬୮ବି ବଟାଲିୟନ୍ ଶିବିର ନିକଟରେ ନକ୍ସଲମା​‌ନେ ଲ୍ୟାଣ୍ଡମାଇନ୍ ଖଞ୍ଜି ଥିଲେ । କୁମ୍ବଂ ଅପରେସନ ପାଇଁ ଯବାନମାନେ ବାହାରି ଥିବା ବେଳେ ଶିବିରର ପ୍ରାୟ ଏକ କିମି ଦୂରରେ ନକ୍ସଲମାନେ ବିସ୍ଫୋରଣ କରିଥିଲେ ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣ ବିଷୟରେ ଜଣାପଡିବା ପରେ ଘଟଣାସ୍ଥଳରୁ ଯବାନମାନଙ୍କୁ ଉଦ୍ଧାର କରାଯାଇଥିଲା। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି । ଏହା ସହ ସହିଦ୍ ଯବାନଙ୍କ ମୃତଦେହ ଜବତ କରାଯାଇଛି । ଛତିଶଗଡର ବିଧାନସଭା ନିର୍ବାଚନ ପାଇଁ ୧୨ ନଭେମ୍ବରରେ ମତଦାନ ହେବ । ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳ ରାଜନନ୍ଦଗାବ ଜିଲାରେ ୧୮ଟି ସିଟ୍ ପାଇଁ ମତଦାନ ହେବ ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories