www.samajalive.in
Saturday, December 6, 2025
26.1 C
Bhubaneswar

ପୋଷ୍ଟରରେ ମାଓବାଦୀଙ୍କ ଚେତାବନୀ

କଲମପୁର : ଆଦିବାସୀ ଏହି ମାଟିର ସନ୍ତାନ। ଜଙ୍ଗଲ ହେଉଛି ତାର ଜିବୀକା। ଜଙ୍ଗଲ ହେଉଛି ତାର ଖେଳପଡିଆ। ଜଙ୍ଗଲି ଜନ୍ତୁ ହେଉଛି ତାର ବନ୍ଧୁ। ଜଙ୍ଗଲ କାଟ କଲେ ଆଦିବାସୀ ଜିବୀକା ହରାଇବେ। ଯିଏ ଗଛ କାଟିବ ତାକୁ ପ୍ରଜାକୋର୍ଟର ନିଷ୍ପତ୍ତି ଅନୁସାରେ ହାତ କାଟି ଦିଆଯିବ ବୋଲି ସି.ପି.ଆଇ ମାଓବାଦୀଙ୍କ ତରଫରୁ ପୋଷ୍ଟର ମାରି ଜଙ୍ଗଲ ମାଫିଆଙ୍କୁ ଚେତାବନୀ ଦିଆଯାଇଛି।

ଦୀର୍ଘ ଦିନର ନିରବତା ପରେ ଏବେ ଥୁଆମୁଳ ରାମପୁର ଅଂଚଳରେ ପୋଷ୍ଟର ମାରି ଲାଲବାହିନୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ପୋଷ୍ଟର ମାଧ୍ୟମରେ ଆଦିବାସୀଙ୍କ ଜୀବନ ଜିବୀକା କୁହାଯାଉଥିବା ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଆଦିବାସୀ ବନବାସୀ ଓ ଦଳିତ ବର୍ଗର ଲୋକଙ୍କୁ କେହି ଯେମିତି ବାହାରକୁ ଦାଦନ ଖଟି ନ ଯାଆନ୍ତି ସେଥିପ୍ରତି ପରାମର୍ଶ ଦିଆଯାଇଛି। ଏହାସହ କଳାହାଣ୍ଡି ଜିଲା ଓ ରାୟଗଡା ଜିଲା ସୀମାନ୍ତକୁ ଲାଗି ରହିଥିବା ଥୁଆମୁଳ ରାମପୁର ବ୍ଲକର ବିଷମଗିରୀ ସୀମା ସହିତ କାଶିପୁର ବ୍ଲକ କେବିଡି ସୀମା ସହିତ ସଂଯୋଗ ହେଉଥିବା ରାସ୍ତା ନିର୍ମାଣରେ ଯେମିତି ରାସ୍ତାକୁ ଅଧିକ ଓସାରିଆ କରାନଯାଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ପୋଷ୍ଟର ମାଧ୍ୟମରେ ଜଣାଇଛନ୍ତି।

- Advertisement -

ଥୁଆମୁଳ ରାମପୁର ବିଷମଗିରୀ ଓ କେବିଡି ନିର୍ମାଣଧିନ ରାସ୍ତାର ଏକ ଗଛରେ ପୋଷ୍ଟର ମରାଯାଇଥିବା ଥୁଆମୁଳ ରାମପୁର ପୁଲିସକୁ ସୁଚନା ମିଳିଥିଲା। ଏହି ସୁନା ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଂଚିବା ବେଳକୁ କେହି ବ୍ୟକ୍ତି ଉକ୍ତ ପୋଷ୍ଟରକୁ ନେଇଯାଇଥିବା ଥାନା ତରଫରୁ ସୁଚନା ମିଳିଛି। ଅନ୍ୟପଟେ ଏହି ପୋଷ୍ଟର ମାରିବା ପରେ ଏବେ ଥୁଆମୁଳ ରାମପୁର ଅଂଚଳରେ ଲାଲ ବାହିନୀଙ୍କ ଚଳ ପ୍ରଚଳ ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି। ପୂର୍ବରୁ ଗୁଣପୁର ଭବାନିପାଟଣା ଓ ଥୁଆମୁଳ ରାମପୁର ଗୁଣପୁର ରାସ୍ତା ମଧ୍ୟରେ ବହୁ ବାର ପୋଷ୍ଟ ମାରିବା ସହ ଗଛ କାଟି ରାସ୍ତା ଅବରୋଧ କରାଯାଇଥିଲା। କିନ୍ତୁ ବିଷମଗିରୀ ଅଂଚଳରେ ଏହା ପ୍ରଥମ ପୋଷ୍ଟର ମରା ଘଟଣା ହେଇଥିବାରୁ ଅଂଚଳ ବାସୀଙ୍କ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ନେଇ ସାଧାରଣରେ ଆଶଙ୍କା ଦେଖା ଦେଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories