କାଶ୍ମୀର ଛାତ୍ରଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ରାଜଧାନୀରେ ପୋଷ୍ଟର

0

ଭୁବନେଶ୍ୱର: ରାଜଧାନୀର ଏମସ୍‌ରେ ଡାକ୍ତରୀ ପଢୁଥିବା ଦ୍ୱିତୀୟ ବର୍ଷ ଛାତ୍ର  ସୋହେଲ୍‌ କେଉଁ ଆଡେ ନିଖୋଜ ହୋଇଯାଇଥିଲେ  ।କାଶ୍ମୀରରେ ସୋହେଲଙ୍କ ଘର । ସେ ଚଣ୍ଡୀଗଡକୁ ଏକ ବିବାହ ଭୋଜିକୁ ଯୋଗ ଦେବାକୁ ଯାଉଛନ୍ତି କହି ହଷ୍ଟେଲ ଛାଡିଥିଲେ । ମାତ୍ର  ସେ କହିଥିବା ଦିନ ଆଉ ହଷ୍ଟେଲ ଫେରି ନ ଥିଲେ ।

ଏହାପରେ ତାଙ୍କ ପିତା ପୁଲିସରେ ଅଭିଯୋଗ କରିବା ସହ କମିଶନେରଟ୍‌ ପୁଲିସ କମିଶନର ଓ ଡିସିପିଙ୍କୁ ଭେଟିଥିଲେ। ପୁଲିସ ତଦନ୍ତରୁ ତାଙ୍କ ଫୋନ୍‌ ହାଓଡା ନିକଟରେ ସ୍ୱିଚ ଅଫ ହୋଇଥିବା ଜଣା ପଡିଥିଲା। ଏହପରେ କୋଲକାତା ପୁଲିସ , କମିଶନରେଟ୍‌ ପୁଲିସ ଓ କଶ୍ମୀର ପୁଲିସ ଏହି ନିଖୋଜ ଘଟଣାର ତଦନ୍ତ କରୁଛନ୍ତି ।  ମାତ୍ର ସୋମବାରରେ ଭୁବନେଶ୍ୱରରେ ଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏକ ହାତ ଲେଖା ପୋଷ୍ଟର ମିଳିଛି । ଏଥିରେ ସୋହେଲଙ୍କୁ ସିପିଆଇ ମାଓବାଦୀ ଅପହରଣ କରିଥିବା ଉଲ୍ଲେଖ ରହିଛି । ଏଥିରେ ଜେଲ୍‌ରେ ଥିବା ସବ୍ୟସାଚୀ ପଣ୍ଡାଙ୍କୁ ଛାଡ ନହେଲେ ସୋହେଲଙ୍କୁ ହତ୍ୟା  କରାଯିବ ନେଇ ଉଲ୍ଲେଖ ରହିଛି । ଏହି ହାତ ଲେଖା ଚିଠି ବିଷୟରେ ତଦନ୍ତ କରାଯାଉଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଏହି ଲେଖାଟି ସତ କି ନୁହେଁ ସେ ବିଷୟରେ ତଦନ୍ତ ଚାଲିଛି । ସୋହେଲଙ୍କ ପିତା ସୋମବାରରେ ପୁଣିଥରେ ଡିସିପି ସତ୍ୟବ୍ରତ ଭୋଇଙ୍କୁ ଭେଟିଛନ୍ତି ।

Leave A Reply