www.samajalive.in
Saturday, December 6, 2025
15.1 C
Bhubaneswar

ଭିନିଲ କ୍ରିଷ୍ଣା ଅପହରଣର ମୁଖ୍ୟ ମାଓ ନେତାଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରିର ପୂର୍ବତନ ଜିଲାପାଳ ଆର. ଭିନିଲ କ୍ରିଷ୍ଣା ଅପହରଣର ମୁଖ୍ୟ ମାଓ ନେତା ଗତକାଲି ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଞ୍ଚଳିକ କମିଟିର ମାଓ ନେତା ତଥା ସ୍ୱାଭିମାନ ଅଞ୍ଚଳରେ ସଙ୍ଗଠନର ମୁଖ୍ୟ ଥିବା ଜଳନ୍ଧର ରେଡ୍ଡୀ ଓରଫ ଭେଙ୍କାଟା ବିଜୟବାଡାଠାରେ ଆତ୍ମସମର୍ପଣ କରିଛନ୍ତି। ଏଥିନେଇ ଆନ୍ଧ୍ରପ୍ରଦଶେ ପୁଲିସ ମହାନିର୍ଦ୍ଦେଶକ ଗୌତମ ସୂଚନା ଦେଇଛନ୍ତି। ୨୫ ବର୍ଷରୁ ଊର୍ଦ୍ଧ୍ବ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସେ ଆଧିପତ୍ୟ ବିସ୍ତାର କରିଥିଲ। ମାଲକାନଗିିରି ଜିଲା ସ୍ୱାଭିମାନ ଅଞ୍ଚଳରେ ୨୦୦୮ ମସିହାରୁ ସଙ୍ଗଠନ ଦାୟିତ୍ୱରେ ଥିଲେ। ସେହି ସମୟରେ ମାଲକାନଗିରି ପୂର୍ବତନ ଜିଲାପାଳ ଶ୍ରୀ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ସୂତ୍ରଧର ଥିଲେ।

୨୦୦୮ ମସିହାରେ ଚିତ୍ରକୋଣ୍ଡାର ଆଲାମପାକାଠାରେ ଲଞ୍ଚ ଆକ୍ରମଣରେ ୩୪ ଜଣ ଯବାନଙ୍କୁ ହତ୍ୟା ଓ ସ୍ୱାଭିମାନ ଅଞ୍ଚଳରେ ହିଂସାକାଣ୍ଡରେ ମୁଖ୍ୟ ଥିଲ। ପୂର୍ବଭଳି ସଙ୍ଗଠନର ମୁଖ୍ୟଙ୍କ ନୀତି ଆଦର୍ଶ ଆଉ ନାହିଁ। ସ୍ଥାନୀୟ ଲୋକଙ୍କ ଆଉ ସହଯୋଗ ମିଳିନାହିଁ। ଲୋକେ ବିକାଶ ପ୍ରକ୍ରିୟାରେ ସାମିଲ ହୋଇ ବିପ୍ଲବ ପ୍ରତି ଆକୃଷ୍ଟ ହେଉ ନ ଥିବାରୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହୋଇ ସେବା କରିବେ ବୋଲି ଜଳନ୍ଧର କହିଛନ୍ତି। ତାଙ୍କୁ ଧରିବା ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories