BJD Bijuli 480×75 Mob

ମାଓ କମାଣ୍ଡରଙ୍କ ସହ ତିନିଜଣଙ୍କ ଆତ୍ମସମର୍ପଣ

BJD Bijuli 480×75 Mob

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ଜଣେ କମାଣ୍ଡର ସମେତ ତିନିଜଣ ମାଓବାଦୀ ବିଶାଖାପାଟଣା ଏସ୍‍.ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତିା ଆନ୍ଧ୍ର ଓଡ଼ିଶା ବର୍ଡର ଗାଲିକୋଣ୍ଡା ଦଳମର ବିସିଏମ୍‍ ନବୀନ ଓରଫ ଲିଙ୍ଗାୟା ଯିଏ କି ଦୀର୍ଘ ୧୫ ବର୍ଷ ଧରି ଏହି ଦଳରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରିବା ସହ ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ, ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ଆନ୍ଧ୍ର ଗେହନ୍ସ ଉପରେ ଆକ୍ରମଣ କରି ୩୪ଜଣ ଜବାନଙ୍କୁ ହତ୍ୟା, ବିଏସଏଫ ସହ ଗୁଳି ବିନିମୟ, ଚାରିଜଣଙ୍କୁ ଇନ୍‍ଫର୍ମର ସନ୍ଦେହରେ ହତ୍ୟା ଭଳି ବହୁ ମାଓ ହିଂସାରେ ଜଡିତ ଥିବାବେଳେ ତାଙ୍କ ନାମରେ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରା ଯାଇଥଇଲ।। ସେହିପରି କୋରା ଭେଙ୍କଟ ରାଓ ମଧ୍ୟ ୨୦୧୦ ମସିହାରେ ଗାଲିକୋଣ୍ଡା ମିସିଲିଆ ଦଳରେ ଟିଚ୍‍ ଟିମ୍‍ ରେ କାର୍ଯ୍ୟ କରୁଥିଲେ ଏବଂ ସିନ୍ଧାରି କଣ୍ଡାରି ମଧ୍ୟ ଏସିଏମ୍‍ ଭାବେ ମାଓ ମିଲିସିଆ ଦଳରେ ସାତବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ଏହି ଦୁଇଜଣ ମଧ୍ୟ ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ବହୁ ହିଂସାରେ ସମ୍ପୃକ୍ତ ଥିବା ବେଳେ ସିନ୍ଧାରି ନବୀନଙ୍କ ପତ୍ନୀ ବୋଲି ଜଣାପଡିଛିା

Comments are closed.