www.samajalive.in
Wednesday, December 10, 2025
15.1 C
Bhubaneswar

ତଞ୍ଜାବୁରର ସ୍ୱତନ୍ତ୍ର କଣ୍ଢେଇଗୁଡ଼ିକରେ ମହିଳା ସଶକ୍ତିକରଣର ମନ୍ତ୍ର ରହିଛି – ପ୍ରଧାନମନ୍ତ୍ରୀ

ଡେସ୍କ: ମନ୍‍ କି ବାତ୍‍’ର ଆଜିର ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ଶ୍ରୀଧର ବେମ୍ବୁଙ୍କ ବିଷୟରେ କହିଛନ୍ତି। ସେ କିଭଳି ଅନ୍ୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି ସେ ପ୍ରସଙ୍ଗରେ ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀଧର ପ୍ରଥମେ ଗ୍ରାମାଞ୍ଚଳରୁ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ଗାଁରେ ରହି ଯୁବକମାନେ କିଭଳି ଉନ୍ନତି କରିପାରିବେ ସେଥିଲାଗି ସେ ଯୁବଗୋଷ୍ଠୀଙ୍କୁ ଅହରହ ପ୍ରୋତ୍ସାହନ ଦେଉଥିଲେ।

ଶ୍ରୀ ମୋଦୀ ମଧ୍ୟ ମଦନ ପଡ଼ାକିଙ୍କ ଉଦାହରଣ ଦେଇ କହିଛନ୍ତି, ମଦନ ପଡ଼ାକି ୨୦୧୪ରେ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବନ ବ୍ରିଜ୍‍ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଆଜି ଏହି ମଞ୍ଚ ଦକ୍ଷିଣ ଏବଂ ପୂର୍ବ ଭାରତର ୭୫ରୁ ଅଧିକ ଜିଲ୍ଲାରେ କାର୍ଯ୍ୟ କରୁଛି। ଏହାସହିତ ୯ ହଜାରରୁ ଅଧିକ ଗ୍ରାମୀଣ ଉଦ୍ୟମୀ ଉପଭୋକ୍ତାଙ୍କୁ ସେବା ଯୋଗାଇ ଦେଉଛନ୍ତି।ମନ୍‍ କି ବାତ୍‍ ଅବସରରେ ଶ୍ରୀ ମୋଦି ମିରା ସିନଏଙ୍କ କଥା କହିଛନ୍ତି। ମିରା ଗ୍ରାମାଞ୍ଚଳରେ ରହୁଥିବା ଜନଜାତି ଏବଂ ଦିବ୍ୟାଙ୍ଗ ଯୁବକମାନଙ୍କ ପାଇଁ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ତାମିଲନାଡୁର ତଞ୍ଜାବୁରର ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମିଳିଥିବା ଉପହାର ବିଷୟରେ କହିଛନ୍ତି। ସେ କହିଛନ୍ତି ସେହିସବୁ ଉପହାର ଗୁଡ଼ିକରେ ଭାରତୀୟତାର ପରିଚୟ ରହିଛି ଏବଂ ମାତୃଶକ୍ତିର ସ୍ନେହ ରହିଛି। ସେ କହିଛନ୍ତି, ତଞ୍ଜାବୁରର ସ୍ୱତନ୍ତ୍ର କଣ୍ଢେଇଗୁଡ଼ିକୁ ଜିଆଇ ଟ୍ୟାଗ୍‍ ମିଳିସାରିଛି। ଏହିସବୁ ସୁନ୍ଦର କଣ୍ଢେଇ ଗୁଡ଼ିକରେ ମହିଳା ସଶକ୍ତିକରଣର ମନ୍ତ୍ର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମନ୍‍ କି ବାତ୍‍ର ଅଗଣିତ ଶ୍ରୋତାଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସେମାନେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକ ବିଷୟରେ ଜ୍ଞାନ ଆହରଣ କରି ସେମାନେ ପ୍ରସ୍ତୁତ କରୁଥିବା ଉତ୍ପାଦଗୁଡ଼ିକୁ ଲୋକଲୋଚନକୁ ଆଣିବା ପାଇଁ ପଦକ୍ଷେପ ନେବା ଉଚିତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories