ମଣିପୁର ଘଟଣାକୁ ନେଇ ଚୌଦ୍ୱାର ନଗର କଂଗ୍ରେସର ଦାବିପତ୍ର

ଚୌଦ୍ୱାର : ମଣିପୁର ରାଜ୍ୟର ଲୋମହର୍ଷଣକାରୀ, ବର୍ବରୋଚିତ ଓ ଆମାନବୀୟ ମହିଳା ନିର୍ଯ୍ୟାତନା ଘଟଣା ସାରା ଦେଶବାସୀଙ୍କୁ ବ୍ୟଥିତ କରିଛି । ଏହି ଘଟଣାକୁ ନେଇ ଶନିବାର ଚୌଦ୍ୱାର ନଗର ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି । ମହିଳା କଂଗ୍ରେସର ଏକ ଦଳ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଗାନ୍ଧିଛକ ସ୍ଥିତ କାର୍ଯ୍ୟାଳୟରୁ ବିଭିନ୍ନ ନାରାବାଜି କରି ଚୌଦ୍ୱାର ଥାନାରେ ପହଚିଥିଲେ। ସେଠାରେ ଥାନା ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ପିଡୀତା ମହିଳାଙ୍କ ପରିବାରକୁ ନ୍ୟାୟ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ନିବେଦନ କରାଯାଇଥିବା ସଭାପତି ମୋନାଲିସା ଦାସ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଣ୍ଣପ୍ରଭା ନାୟକ, ମାନିଆ ସାହୁ, ରୁବି ବିନ୍ଧାଣି, ମିଲି ବାରି, ଦମୟନ୍ତୀ ମୁଦୁଲି, ମଞ୍ଜୁଲତା ବେହେରା, ମୁନୀ ବେଗଙ୍କ ସମେତ ବହୁ ମହିଳା ଉପସ୍ଥିତ ଥିଲେ।

Comments are closed.