www.samajalive.in
Monday, December 15, 2025
26.1 C
Bhubaneswar

୧୫ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଆମ୍ବ ଟାକୁଆ ଜବତ 

ଫୁଲବାଣୀ : ଯେଉଁ ଆମ୍ବ ଟାକୁଆ ନେଇ ବିଗତ ଦିନରେ ଜିଲ୍ଲା , ରାଜ୍ୟ ଓ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ତାହାର ପୁନରାବୃତ୍ତିକୁ ପଣ୍ଡ କରିଛି ଜିଲା ଖାଉଟି କଲ୍ୟାଣ ବିଭାଗ । ୩୫ ରୁ ୪୦ ବସ୍ତା ଆମ୍ବ ଟାକୁଆ ବିକ୍ରି ପାଇଁ ରଖାଯାଇଥିବାବେଳେ ବିଶେଷ ସୁତ୍ରରୁ ଖବର ପାଇ ମାଡ଼ିବସିଲା ଫୁଲବାଣୀ ସିଭିଲ ସପ୍ଲାଏ ବିଭାଗ । ସୂଚନା ପ୍ରକାରେ ଫୁଲବାଣୀ ସହର ସ୍ଥିତ ଲକ୍ଷ୍ମୀ ବଜାରରେ ଥିବା ମନ୍ଦାକିନ ଟ୍ରେଡରରେ ଆମ୍ବ କୋଇଲି ଥିବା ଖବର ପାଇ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସିଭିଲ ସପ୍ଲାଏ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ ।  ଏହାର ବିକ୍ରି ପାଇଁ କୌଣସି ଲାଇସେନ୍ସ ନଦେଖାଇ ପାରିଥିବାରୁ ଖାଦ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏ ନେଇ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଛନ୍ତି ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories