www.samajalive.in
Saturday, December 13, 2025
23.1 C
Bhubaneswar

ବାଚସ୍ପତି ପଦ ଦୌଡ଼ରେ ମେନକା, ରାଧାମୋହନ ଓ ଜୁଏଲ, ଭତ୍ତୃହରି ହୋଇପାରନ୍ତି ଉପବାଚସ୍ପତି

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ପଦ ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଦଳୀୟ ବରିଷ୍ଠ ନେତାଙ୍କ ନାମ ଉପରେ ମନ୍ଥନ କରୁଥିବାବେଳେ ଏହି ପଦ ଦୌଡ଼ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ, ରାଧାମୋହନ ସିଂହ ଏବଂ ବୀରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ କେତେକ ବରିଷ୍ଠ ନେତା ଅଛନ୍ତି।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏବଂ ଏସ୍‍ଏସ୍‍ ଆଲୁୱାଲିଆ ମଧ୍ୟ ଅଛନ୍ତି। ୮ ଥରର ସାଂସଦ ମେନକା ଗାନ୍ଧୀ ବିଜେପିର ସବୁଠୁ ଅଭିଜ୍ଞ ଲୋକସଭା ସଦସ୍ୟ ଓ ବାଚସ୍ପତି ପଦ ପାଇଁ ସ୍ୱାଭାବିକ ବିକଳ୍ପ ଅଟନ୍ତି। ସପ୍ତଦଶ ଲୋକସଭାରେ ସବୁଠୁ ଅଭିଜ୍ଞ ସାଂସଦ ହୋଇଥିବାରୁ ତାଙ୍କୁ କାର୍ଯ୍ୟକାରୀ ବାଚସ୍ପତି କରାଯାଇଛି।
ସେହିପରି ରାଧାମୋହନ ସିଂହ ୬ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିରେ ରାଧାମୋହନଙ୍କ ନିଜସ୍ୱ ଦବଦବା ରହିଛି। ଜଣେ ଦଳିତ ନେତାର ଛବି ତାଙ୍କ ପକ୍ଷକୁ ଦୃଢ କରୁଛି। ଆଲୁୱାଲିଆ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ପୂର୍ବ କାର୍ଯ୍ୟକାଳରେ ସଂସଦୀୟ କାର୍ଯ୍ୟ ରାଷ୍ଟ୍ର ମନ୍ତ୍ରୀ ଥିଲେ। ଦକ୍ଷିଣ ଭାରତରେ ସଂଗଠନକୁ ଦୃଢ କରିବା ପାଇଁ ବିଜେପି ଆଲୁୱାଲିଆଙ୍କୁ ଏହି ପଦ ପାଇଁ ଚୟନ କରିପାରେ ବୋଲି ଆଲୋଚନା ହେଉଛି।
କୁହାଯାଉଛି ଏ ଥର ଲୋକସଭା ଉପବାଚସ୍ପତି ପଦ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି)କୁ ଦିଆଯାଇପାରେ। ଏହି ପଦ ପାଇଁ କଟକ ସାଂସଦ ଭତ୍ତୃହରି ମହତାବଙ୍କ ନାମ ବିଚାରକୁ ନିଆଯାଇଛି। ୨୦୧୭ରେ ମହତାବଙ୍କୁ ସର୍ବୋତ୍ତମ ସାଂସଦ ଭାବେ ପୁରସ୍କୃତ କରାଯାଇଥିଲା।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories