www.samajalive.in
Saturday, December 6, 2025
19.1 C
Bhubaneswar

ନୂତନ ବର୍ଷରେ ନିଶ୍ଚୟ କରନ୍ତୁ ଏହି ମନ୍ଦିରର ଦର୍ଶନ, ପ୍ରାପ୍ତି ହେବ ସୌଭାଗ୍ୟ

ବର୍ଷ ୨୦୧୯ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। କିଛିଦିନ ପରେ ନୂଆବର୍ଷ ୨୦୨୦ ଆରମ୍ଭ ହେବ। ନୂତନ ବର୍ଷ ଧାର୍ମିକ କାର୍ଯ୍ୟରୁ ଆରମ୍ଭ କରିବା ଅତ୍ୟନ୍ତ ଶୁଭଦାୟକ। ଏପରି କରିବା ଦ୍ୱାରା ଆପଣଙ୍କୁ ବର୍ଷଯାକ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରପ୍ତି ହେବ। ତେବେ ଆସନ୍ତୁ ଜାଣିବା ଦେଶର ସେଭଳି କିଛି ପ୍ରମୁଖ ମନ୍ଦିରଗୁଡିକ ବିଷୟରେ, ଯେଉଁଠାକୁ ନୂଆ ବର୍ଷ ସମୟରେ ଭ୍ରମଣ ପାଇଁ ଗଲେ ଏହା ବର୍ଷ ସାରା ଆପଣଙ୍କ ପାଇଁ ସ୍ମରଣୀୟ ହୋଇ ରହିବ….
ସିଦ୍ଧିବିନାୟକ ମନ୍ଦିର, ମୁମ୍ବଇ –
ଏହି ମନ୍ଦିର ମୁମ୍ବଇରେ ଅବସ୍ଥିତ। ଏଠାରେ ଭଗବାନ ଗଣପତିଙ୍କ ସମ୍ମୁଖରେ ଥିବା ମୂଷିକ କାନରେ କହିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ହିନ୍ଦୁଙ୍କ ସମେତ ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ଏହା ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ନିଜର ମନସ୍କାମନା ପୂରଣ ପାଇଁ ଦେଶଦୁନିଆରୁ ହଜାର ହଜାର ଭକ୍ତ ପ୍ରତିଦିନ ପ୍ରଭୁଙ୍କ ନିକଟକୁ ଆସି ନତମସ୍ତକ କରିଥାଆନ୍ତି।
ବାବା ବିଶ୍ୱନାଥ ମନ୍ଦିର , ବାରାଣାସୀ –
କାଶୀକୁ ଭଗବାନ ଶିବଙ୍କ ନଗରୀ ବୋଲି କୁହାଯାଏ। ଭଗବାନ ଶଙ୍କରଙ୍କ ଏହି ମନ୍ଦିର ଖାଲି ଭାରତ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ୧୨ଟି ଜ୍ୟୋର୍ତିଲିଙ୍ଗ ମନ୍ଦିର ମଧ୍ୟରୁ ଏହା ଗୋଟିଏ। ନୂତନ ବର୍ଷରେ ଏଠାକୁ ଯାଇ ଭଗବାନଙ୍କ ଆଶୀର୍ବାଦ ନିଅନ୍ତୁ।
ତିରୁପତି ବାଲାଜୀ, ଆନ୍ଧ୍ରପ୍ରଦେଶ –
ତିରୁପତି ବାଲାଜୀ ମନ୍ଦିର ଭାରତର ପ୍ରସିଦ୍ଧ ମନ୍ଦିରଗୁଡିକ ମଧ୍ୟରୁ ଗୋଟିଏ। ଆନ୍ଧ୍ରପ୍ରଦେଶରେ ଥିବା ଏହି ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ବେଶ ଭିଡ଼ ହୋଇଥାଏ। ସମୁଦ୍ର ସ୍ତର ଠାରୁ ୩୨୦୦ ଫୁଟ ଉଚ୍ଚତାରେ ଥିବା ଭେଙ୍କେଟେଶ୍ୱର ମନ୍ଦିର ଏଠାକାର ମୁଖ୍ୟ ଆକର୍ଷଣ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏଠାରେ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ନୂରଣ ହୋଇଥାଏ।
ମହାକାଲେଶ୍ୱର ମନ୍ଦିର, ଉଜ୍ଜେନ –
ମହାକାଲଙ୍କ ନଗରୀ ଉଜ୍ଜେନର ବହୁ ଧାର୍ମିକ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଏଠାରେ ହେଉଥିବା ଭସ୍ମ ଆଳତୀ ମହାକାଳଙ୍କ ଶୃଙ୍ଗାର। ଏହି ଆଳତୀ କରିବା ସମୟରେ ପୂଜାରୀ ଧୋତି ପରିଧାନ କରନ୍ତି। ଏଥିରେ ଅନ୍ୟ ବସ୍ତ୍ର ଧାରଣ କରିବାର ବିଧି ବା ନିୟମ ନାହିଁ।
ରାମେଶ୍ୱରମ , ତାମିଲନାଡ଼ୁ –
ଭାରତର ପ୍ରମୁଖ ଚାରି ଧାମ ଦେଶର ଚାରି ଦିଗରେ ଅବସ୍ଥିତ। ଦକ୍ଷିଣରେ ଥିବା ରାମେଶ୍ୱରମ ଧାମ ଗଣନା ଅନୁଯାୟୀ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ। ଏହି ଧାମ ସମସ୍ତ ପବିତ୍ର ଧାମ ମଧ୍ୟରୁ ଗୋଟିଏ ଓ ଏଠାକାର ପ୍ରାକୃତିକ ସୁନ୍ଦରତା ଖୁବ ଅଧିକ। ଏହା ତାମିଲନାଡ଼ୁର ସ୍ଥିତ ଭବ୍ୟ ଶିବ ମନ୍ଦିର ମଧ୍ୟରୁ ଅନ୍ୟତମ।
ବ୍ରହ୍ମାଙ୍କ ମନ୍ଦିର ପୁଷ୍କର-
ଭଗବାନ ବ୍ରହ୍ମାଙ୍କ ଏକମାତ୍ର ମନ୍ଦିର ରାଜସ୍ଥାନର ପ୍ରସିଦ୍ଧ ତୀର୍ଥ ପୁଷ୍କରରେ ଅବସ୍ଥିତ। ଏହି ମନ୍ଦିରକୁ ଦେଶ ବିଦେଶରୁ ଲକ୍ଷାଧିକ ସଂଖ୍ୟାରେ ଲୋକେ ଦର୍ଶନ ପାଇଁ ଆସିଥାଆନ୍ତି।
ଶ୍ରୀ ବାଲାଜୀ ମନ୍ଦିର, ମେହେନ୍ଦୀପୁର –
ରାଜସ୍ଥାନର ମେହେନ୍ଦୀପୁରରେ ଏହି ମନ୍ଦିର ଅବସ୍ଥିତ। ଏଠାରେ ପ୍ରଭୁ ହନୁମାନ ନିଜ ପିଲାବେଳର ରୂପରେ ଦର୍ଶନ ଦେଇଥାଆନ୍ତି। ଏଠାରେ ଭଗବାନ ରାମ ଓ ସୀତାଙ୍କ ମଧ୍ୟ ଏକ ଭବ୍ୟ ମନ୍ଦିର ରହିଛି। ଏଠାରେ ପ୍ରଭୁଙ୍କୁ ଦର୍ଶନ କଲେ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ବୈଷ୍ଣବୀ ମନ୍ଦିର –
ମା’ଙ୍କ ଶକ୍ତିପୀଠ ମନ୍ଦିର ଗୁଡିକ ମଧ୍ୟରୁ ଏହା ଅନ୍ୟତମ ମନ୍ଦିର। ମା’ ବୈଷ୍ଣବୀଙ୍କ ମହିମା ଖୁବ ଅଧିକ। ନୂତନ ବର୍ଷରେ ଆପଣ ମଧ୍ୟ ମା’ଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ଲାଭ କରନ୍ତୁ। ମା’ଙ୍କ କୃପାରୁ ଏଠାରେ ସଭିଁଙ୍କ ମନସ୍କାମନା ପୂରଣ ହୋଇଥାଏ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories