www.samajalive.in
Sunday, December 7, 2025
16.1 C
Bhubaneswar

ଏହି ମନ୍ଦିରରେ ପ୍ରଭୁ ବିଘ୍ନହର୍ତ୍ତାଙ୍କୁ ପଠାଯାଏ ଚିଠି

ହିନ୍ଦୁ ଧର୍ମରେ ଯେକୌଣସି ଶୁଭକାର୍ଯ୍ୟ କରିବା ଆଗରୁ ଭଗବାନ ଗଣେଶଙ୍କୁ ପୂଜା କରିବାର ବିଧି ରହିଛି। ପ୍ରଥମ ପୂଜ୍ୟ ଗଣେଶଙ୍କ ପାଇଁ ଲୋକଙ୍କ ଆସ୍ଥାର କେନ୍ଦ୍ର ରଣଥମ୍ବୋର ଠାରେ ଅଛି। ଆମ ଦେଶର ବିଭିନ୍ନ ସ୍ଥାନରେ ଆସ୍ଥା ଓ ବିଶ୍ୱାସର ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଥାଏ। ଆଜିକା ଦୁନିଆରେ ଇଣ୍ଟରନେଟ୍‍ , ଇ-ମେଲ୍‍ , ଫୋନ ଅଧିକ ପରିମାଣରେ ବ୍ୟବହାର କରାଯାଉଛି। ମାତ୍ର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଚିଠି ଲେଖି ପଠାଇଥାଆନ୍ତି। ଏହି ଚିଠି ଗୁଡ଼ିକ କୌଣସି ମନୁଷ୍ୟକୁ ନୁହେଁ, ପ୍ରଭୁ ଗଣେଶଙ୍କୁ ପଠାଯାଇଥାଏ।
ରାଜସ୍ଥାନର ରଣଥମ୍ବୋର ଠାରେ ଏହି ମନ୍ଦିର ଅଛି। ଯେଉଁଠିକୁ ଗଣେଶଙ୍କୁ ପ୍ରତ୍ୟେକ ଶୁଭକାମ କରିବା ପୂର୍ବରୁ ଚିଠି ପଠାଇ ନିମନ୍ତ୍ରଣ କରାଯାଏ। ତେଣୁ ଏଠାରେ ସର୍ବଦା ଗଣେଶଙ୍କ ପାଦ ତଳେ ନିମନ୍ତ୍ରଣ ପତ୍ର ଓ ଚିଠି ଗଦା ହୋଇଥାଏ।
ମନ୍ଦିରର ସ୍ଥାପନା –
ରାଜସ୍ଥାନର ସାୱାଇ ମାଧୋପୁର ଠାରୁ ୧୦ କିଲୋମିଟର ଦୂରରେ ରଣଥମ୍ବୋର କିଲ୍ଲାରେ ପ୍ରଭୁ ଗଣେଶଙ୍କର ଏହି ମନ୍ଦିର ଅଛି। ଏଠାକାର ଲୋକେ ଗୃହର ଯେକୌଣସି ଶୁଭ କାମ କରିବା ପୂର୍ବରୁ ନିମନ୍ତ୍ରଣ ପଠାଇଥାଆନ୍ତି। ଏହି ମନ୍ଦିର ଖୁବ ପୁରୁଣା ଅଟେ। ରଣଥମ୍ବୋରର ରାଜା ହମୀରଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା। କୁହାଯାଏ ଯେ, ଏକଦା ରାଜାଙ୍କ ଯୁଦ୍ଧ ସମୟରେ ପ୍ରଭୁ ଗଣେଶ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଫଳରେ ରାଜା ଯୁଦ୍ଧରେ ଜିତିଥିଲେ ଓ ଏଠାରେ ମନ୍ଦିର ତିଆରି କରିଥିଲେ।
ଅଲଗା ମନ୍ଦିର ଠାରୁ ଏହି ମନ୍ଦିର ଭିନ୍ନ ଅଟେ। ଏହି ମନ୍ଦିରରେ ପ୍ରଭୁ ଗଣେଶଙ୍କର ୩ଟି ନେତ୍ର ରହିଛି। ଏଠାରେ ପ୍ରଭୁଙ୍କ ପତ୍ନୀ ରିଦ୍ଧି, ସିଦ୍ଧି ଏବଂ ତାଙ୍କର ପୁତ୍ର ଶୁଭ-ଲାଭଙ୍କ ସହ ବିରାଜିତ ଅଛନ୍ତି। ପ୍ରଭୁଙ୍କର ବାହନ ମୂଷା ମଧ୍ୟ ଏଠାରେ ରହିଛି। ଗଣେଶ ପୂଜା ସମୟରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହେବା ସହ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।
ଯେକୌଣସି ବ୍ୟକ୍ତି ନିଜ ଘରେ କରିବାକୁ ଥିବା ଶୁଭକାମ କରିବା ପୂର୍ବରୁ ପ୍ରଭୁଙ୍କ ପାଖକୁ ଚିଠି ପଠାଇ ପାରିବ। ଚିଠିରେ ଠିକଣା ଭାବେ ଲେଖା ହେବ, ‘ଶ୍ରୀ ଗଣେଶ ଜୀ, ରଣଥମ୍ବୋରର କିଲ୍ଲା, ଜିଲା ସାୱାଇ ମାଧୋପୁର’। ଡ଼ାକବାଲା ମଧ୍ୟ ପୂର୍ଣ୍ଣ ଶ୍ରଦ୍ଧାର ସହ ଚିଠି ଆଣି ମନ୍ଦିରରେ ପହଞ୍ଚାଇଥାଏ। ଏହା ପରେ ପୂଜାରୀ ଗଣେଶଙ୍କ ସମ୍ମୁଖରେ ଚିଠି ପଢି ତାଙ୍କ ପାଦ ତଳେ ରଖିଥାଆନ୍ତି। ମାନ୍ୟତା ରହିଛି ଯେ, ଏଠାକୁ ଚିଠି ପଠାଇଲେ ସମସ୍ତ କାର୍ଯ୍ୟ ଉତ୍ତମ ରୂପେ ପୂର୍ଣ୍ଣ ହୋଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories