www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା କ୍ୟାଡର ଆଇପିଏସ ଏବେ ସିବିଆଇର ନୂଆ ମୁଖିଆ

ଭୁବନେଶ୍ୱର: ସିବିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଆରୋପ ଓ ପ୍ରତ୍ୟାରୋପକୁ ନିୟନ୍ତ୍ରଣ କରିବାକୁ ସିଭିସି ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଏମ ନାଗେଶ୍ୱର ରାଓଙ୍କୁ ସିବିଆଇର ଦାୟିତ୍ୱ ହସ୍ତାନ୍ତର କରିଛି। ୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡର ବରିଷ୍ଠ ପୁଲିସ ଅଧିକାରୀ ଓଡ଼ିଶାରେ ତାଙ୍କ କାର୍ଯ୍ୟଶୈଳୀ ପାଇଁ ବେଶ୍‍ ଖ୍ୟାତି ଅର୍ଜନ କରିବା ସହ ସମ୍ମାନିତ ହୋଇଥିଲେ।
୧) ୧୯୮୯-୯୦ ମସିହାରେ ତାଳଚେରରେ ଏମ ନାଗେଶ୍ୱର ରାଓ ଏସଡିପିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜଣେ କର୍ମଠ ପୁଲିସ ଅଧିକାରୀ ଭାବେ ତାଙ୍କୁ ସେଠାରେ ବେଶ୍‍ ପ୍ରଶଂସା କରାଯାଇ ଥିଲା।
୨) ପରବର୍ତ୍ତୀ ସମୟରେ ତାଙ୍କୁ ପଦୋନ୍ନତି ମିଳିଥିଲା ଏବଂ ମୟୂରଭଞ୍ଜ, ନବରଙ୍ଗପୁର, ବରଗଡ଼ ଓ ଜଗତସିଂହପୁର ସହରରେ ଏସପି ଭାବେ ନାଗେଶ୍ୱର ରାଓ ଦାୟିତ୍ୱ ଗ୍ରହଣ କରିଥିଲେ। ରେଳବାଇ ଏସପି ଭାବେ ମଧ୍ୟ ସେ କଟକ ଓ ରାଉରକେଲାରେ ଅବସ୍ଥାପିତ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ କ୍ରାଇମ ବ୍ରାଞ୍ଚର ଏସପି ଭାବେ ମନୋନୀତ କରାଯାଇଥିଲା।
୩) ମୟୂରଭଞ୍ଜରେ ଦାୟିତ୍ବରେ ଥିବା ସମୟରେ ନାଗେଶ୍ୱରଙ୍କ ସହ ଲୋଧା ସମ୍ପ୍ରଦାୟ ଆଦିବାସୀଙ୍କ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥିଲା। ତାଙ୍କ ଉଦ୍ୟମ କ୍ରମେ ଏହି ସମ୍ପ୍ରଦାୟ ନାମରେ ଥିବା ଅପରାଧିକ ମାମଲାଗୁଡ଼ିକ ପ୍ରତ୍ୟାହୃତ କରାଯାଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା।
୪) ୧୯୯୬ରେ ଜଗତସିଂହପୁର ଜିଲାରେ ଘଟିଥିବା ଏକ ବଳାତ୍କାର ମାମଲାରେ କେବଳ ଅଙ୍ଗୁଠି ଚିହ୍ନ ଓ ଡିଏନଏ ସୁରାକ ପାଇଁ ଅଭିଯୁକ୍ତକୁ ଦଣ୍ଡିତ କରିବାର ଶ୍ରେୟ ନାଗେଶ୍ୱର ରାଓଙ୍କୁ ମିଳିଥିଲା।
୫) ରାଜ୍ୟରେ କ୍ରାଇମ ବ୍ରାଞ୍ଚ ଏସପି ଭାବେ କାର୍ଯ୍ୟରତ ଅବସ୍ଥାରେ “ବେଲୁ ମଦ ମୃତ୍ୟୁ’ ମାମଲାର ତଦନ୍ତ ଦାୟିତ୍ୱ ନାଗେଶ୍ୱର ରାଓ ଗ୍ରହଣ କରିଥିଲେ। ୧୯୯୧ରେ ହୋଇଥିବା ବିଶାକ୍ତ ମଦ ମୃତ୍ୟୁ ମାମଲାରେ ରାଜ୍ୟରେ ୨୦୦ଲୋକ ପ୍ରାଣ ହରାଇ ଥିଲେ।
୬) ରାଜ୍ୟ ଅଗ୍ନିଶମ ବିଭାଗର ଏସପି ଭାବେ ଦାୟିତ୍ୱ ନେବା ପରେ ୨୦୧୩ରେ ଫାଇଲିନ ଓ ୨୦୧୪ରେ ହୁଡ଼ହୁଡ଼ ବାତ୍ୟାରେ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟଶୈଳୀ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
୭) ଓଡ଼ିଶାରେ କାର୍ଯ୍ୟରତ ଅବସ୍ଥାରେ ନାଗେଶ୍ୱର ରାଓଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ସ୍ୱତନ୍ତ୍ର କାର୍ଯ୍ୟକାରୀତା ପାଇଁ ରାଜ୍ୟପାଳ ପଦକରେ ସମ୍ମାନିତ କରାଯାଇ ଥିଲା।
୮) ନାଗେଶ୍ୱର ରାଓଙ୍କ କାର୍ଯ୍ୟଶୈଳୀ ପାଇଁ ତାଙ୍କୁ ପରବର୍ତ୍ତୀ ସମୟରେ ସିଆରପିଏଫରେ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇ ମଣିପୁରକୁ ବଦଳି କରି ଦିଆଯାଇ ଥିଲା।
୯) ତେଲେଙ୍ଗାନାର ୱାରାଙ୍ଗଲ ଜିଲାର ମାନଗାପେଟ ଗ୍ରାମରେ ନାଗେଶ୍ୱର ରାଓ ଜନ୍ମଗ୍ରହଣ କରିଥିଲେ।
୧୦) ଆଇପିଏସ ପୂର୍ବରୁ ଓସମାନିଆ ବିଶ୍ୱ ବିଦ୍ୟାଳୟରୁ ରାସାୟନ ଶାସ୍ତ୍ରରେ ସ୍ନାତକ ହେବା ପରେ ଚେନ୍ନାଇରେ ଗବେଷଣା ସମ୍ବନ୍ଧିୟ ପାଠ୍ୟକ୍ରମରେ ନିୟୋଜିତ ଥିଲେ ନାଗେଶ୍ୱର।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories