www.samajalive.in
Saturday, December 6, 2025
26.1 C
Bhubaneswar

କେରଳ ପ୍ରାର୍ଥନା ସଭାରେ ବୋମା ବିସ୍ଫୋରଣ ଘଟଣା: ଜଣେ ସନ୍ଦିଗ୍ଧର ଆତ୍ମସମର୍ପଣ, ଯାଞ୍ଚ ଜାରି

କୋଚି: କେରଳର ଏର୍ନାକୁଲମସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ପ୍ରାର୍ଥନା ସଭାରେ ବୋମା ବିସ୍ଫୋରଣ ଘଟଣାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ବିସ୍ଫୋରଣ ଘଟାଇଥିବା ଦାବୀ କରି ଜଣେ ବ୍ୟକ୍ତି କୋଡ଼ାକରା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

କେରଳ ଏଡିଜିପି(ଆଇନ ଶୃଙ୍ଖଳା) ଏମଆର ଅଜିତ କୁମାର କହିଛନ୍ତି, ଜଣେ ବ୍ୟକ୍ତି କୋଡ଼ାକରା ଥାନାରେ ଆତ୍ମସମର୍ପଣ କରିଛି। ତା’ର ନାମ ଡୋମିନିକ ମାର୍ଟିନ। ଡୋମିନିକ ଏହି ବିସ୍ଫୋରଣ ଘଟାଇଥିବା ଦାବୀ କରିଛି। ସେ ସେହି ସଭାର ସମାନ ସମୁଦାୟର ବୋଲି ଜଣାପଡ଼ିଛି। ଆମେ ଏହାର ଯାଞ୍ଚ କରୁଛୁ। ଏଥିସହ ଘଟଣାର ପ୍ରତ୍ୟେକ ଦିଗରୁ ତଦନ୍ତ ଜାରି ରଖିଛୁ।

- Advertisement -

ସୂଚନାଯୋଗ୍ୟ, ରବିବାର ସକାଳେ କେରଳର ଏର୍ନାକୁଲମସ୍ଥିତ କଲାମସେରି ଅଞ୍ଚଳର ଏକ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଯିହୋବାଙ୍କ ସାକ୍ଷୀଙ୍କ ପ୍ରାର୍ଥନା ସଭାରେ ଏକାଧିକ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। କଲାମାସେରି ସି.ଆଇ ଭିବିନ୍ ଦାସ କହିଥିଲେ ଯେ, ପ୍ରଥମ ବିସ୍ଫୋରଣ ସକାଳ ପ୍ରାୟ ୯ଟା ବେଳେ ହୋଇଥିଲା ଏବଂ ପରବର୍ତ୍ତୀ ଏକ ଘଣ୍ଟା ମଧ୍ୟରେ ଏକାଧିକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଘଟିବା ବେଳେ ୨ ହଜାରରୁ ଅଧିକ ଲୋକ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories