www.samajalive.in
Saturday, December 6, 2025
26.1 C
Bhubaneswar

ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲା ସଦର ମହକୁମାଠାରେ ରବିବାର ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଏକ ସଚେତନତା ପଦଯାତ୍ରା ସ୍ଥାନୀୟ ମା’ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ମିଶନଶକ୍ତି ସଭାଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହାକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ମୁନିସିପାଲିଟି ପୌରାଧ୍ୟକ୍ଷ କୁନୁ ନାୟକ, ନବରଙ୍ଗପୁର ଅତିରିକ୍ତ ଜିଲାପାଳ ମହେଶ୍ଵର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ପହଞ୍ଚିବା ପରେ ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିପର୍ଯ୍ୟୟ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଥିବା ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ମହାବାତ୍ୟାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟରେ ଘଟିଥିବା ମହାବାତ୍ୟାକୁ ମନେ ପକାଇବା ସହ ସମ୍ଭାବ୍ୟ ବନ୍ୟା ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଜାଗ ରହି ତା’ର ସଫଳ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲା ବିପର୍ଯ୍ୟୟ ପରିଚାଳନା ଖସଡାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ ହୋଇଥିବାରୁ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲା ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ରକ୍ଷା କରିବାର ଆବଶ୍ୟକ ସଂପର୍କରେ ବୁଝାଇଥିଲେ। ମହାବାତ୍ୟା ପରେ ଓଡିଶା ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ କରି ଧନ ଜୀବନ ସୁରକ୍ଷାରେ ଅଭୂତ ପୂର୍ବ ସଫଳତା ପାଇ ଜାତୀୟସ୍ତରରେ ପ୍ରଶଂସିତ ହୋଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ କେବଳ ପ୍ରଶାସନ ନୁହେଁ ସମସ୍ତ ଜନ ପ୍ରତିନିଧି ସ୍ଵେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କର ପ୍ରମୁଖ ଭୂମିକା ରହିଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ପାଳ ମହେଶ୍ଵର ନାୟକ, ଉପଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଡେପୁଟି କଲେକ୍ଟର ଜରୁରୀକାଳୀନ ପି. ମନସ୍ମିତା, ଏସଡିପିଓ ଯୁଗଳ ମଲ୍ଲିକ, ଏନସିସି, ଜୁନିୟର ରେଡକ୍ରସ, ଏନଏସଏସ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା ଜରୁରୀକାଳୀନ ବିଭାଗର ଜିଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଜିଲା ଜରୁରୀକାଳୀନ ଅଧିକାରୀ ପି.ମନସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories