www.samajalive.in
Sunday, December 14, 2025
26.1 C
Bhubaneswar

କେରଳ ବିସ୍ଫୋରଣ ପରେ ୟୁପିରେ ହାଇଆଲର୍ଟ

ଲକ୍ଷ୍ନୌ: କେରଳର ଏର୍ନାକୁଲମରେ କନ୍‌ଭେନ୍‌ସନ୍‌ ସେଣ୍ଟରରେ ବୋମା ବିସ୍ଫୋରଣ ପରେ ୟୁପିରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ୟୁପି ଏଟିଏସ୍ ଏବଂ ସମସ୍ତ ଜିଲାର ପୁଲିସକୁ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବା ସହ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଇସ୍ରାଏଲ୍-ପାଲେଷ୍ଟାଇନ ସହ ଜଡ଼ିତ ପ୍ରତ୍ୟେକ ବିରୋଧ ପ୍ରଦର୍ଶନ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।

ସ୍ବତନ୍ତ୍ର ଡିଜି(ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ, ଇସ୍ରାଏଲ-ହମାସ ଯୁଦ୍ଧକୁ ଦୃଷ୍ଟିରେ ରଖି ପୂର୍ବରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଥିଲା। ନିକଟରେ କେରଳରେ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରାଯାଉଛି। ସତର୍କତା ସ୍ବରୂପ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ବିରୋଧ ପ୍ରଦର୍ଶନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି। ଏତିରେ ଉପସ୍ଥିତ ଲୋକମାନଙ୍କ ସହିତ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିବା ଲୋକଙ୍କ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରାଯାଉଛି। ୟୁପି ପୁଲିସ କେରଳ ପୁଲିସ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ସହ ଯୋଗାଯୋଗରେ ଅଛି। କେରଳର ରୁଢିବାଦୀ ସଂଗଠନ ସହ ଜଡିତ ଲୋକଙ୍କୁ ରାଜ୍ୟରେ ଚିହ୍ନଟ କରାଯାଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories