ରାସ୍ତା ମଝିରେ ଚେୟାର ପକାଇ ବସିଥିଲେ: ଧକ୍କା ଦେଲା ଟ୍ରକ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ରାସ୍ତାରେ ଯାତାୟତ କରିବା ପାଇଁ ନିୟମ କେବଳ ଗାଡି ପାଇଁ ନୁହେଁ, ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ମଧ୍ୟ ଲାଗୁ ହୁଏ । ଏହି ନିୟମ ଭାଙ୍ଗିଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । କିନ୍ତୁ ଯଦି ପୁଲିସଷ୍ଟେସନ ସାମ୍ନାରେ ନିୟମ ଭଙ୍ଗାଯାଏ ତେବେ କ’ଣ ହେବ ?

ଅନେକ ଥର ଲୋକେ ନିୟମ ଭାଙ୍ଗନ୍ତି ଏବଂ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳେ । କିନ୍ତୁ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କର୍ମର ଫଳ ତୁରନ୍ତ ମିଳିଛି । ଆଇନକୁ ଅପେକ୍ଷା କରିବାକୁ ପଡିନି ।

ଭିଡିଓରେ ନଜର ଆସୁଛି କି ଜଣେ ବ୍ୟକ୍ତି ପୁଲିସଷ୍ଟେସନ ସାମ୍ନାରେ ଚେୟାର ପକାଇ ବସିଛନ୍ତି । ଏହି ସମୟରେ ଏକ ଟ୍ରକ୍ ଆସି ତାଙ୍କୁ ଧକ୍କା ଦେଇ ଚାଲିଯାଉଛି । ଏଥିରେ ଚେୟାର ଭାଙ୍ଗିଯାଉଛି ଏବଂ ସେହି ବ୍ୟକ୍ତିଜଣକ ତଳେ ପଡିଯାଉଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୧୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Comments are closed.