www.samajalive.in
Friday, December 5, 2025
20.1 C
Bhubaneswar

ପନ୍ତଙ୍କୁ ନୂଆ ଜୀବନ ଦେଇଥିବା ଯୁବକ ପ୍ରେମିକାଙ୍କ ସହିତ ବିଷ ପିଇଲେ, ଜୀବନ ସହ କରୁଛନ୍ତି ସଂଘର୍ଷ

ସମାଜ ଡିଜିଟାଲ ଡେସ୍କ: ୨୦୨୨ ମସିହା ଡିସେମ୍ବର ମାସ। ଗୋଟିଏ ରାତିରେ ରଜତ କୁମାର ଦିଲ୍ଲୀ-ଡେରାଡୁନ ରାସ୍ତାରେ ଯାଉଥିବାବେଳେ ରୁରକୀ ନିକଟରେ ଏକ ମର୍ସିଡିଜ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଓଲଟି ପଡ଼ିଥିବାବେଳେ ଭିତରୁ ଧୂଆଁ ବାହାରୁଥିଲା। ରଜତ ଏବଂ ନିଶୁ ତୁରନ୍ତ ଦୌଡ଼ି ଯାଇ ଗାଡ଼ି ଭିତରୁ ଜଣେ ଯୁବକଙ୍କୁ ଟାଣି ଆଣିତିଲେ। ଯୁବକ ଜଣକ ଅର୍ଦ୍ଧଚେତନ ଅବସ୍ଥାରେ ଥିଲେ। ତୁରନ୍ତ ରଜତ ପୁଲିସକୁ ଖବର ଦେଇଥିଲେ ଏବଂ ପୁଲିସ ପହଞ୍ଚିବା ପର୍ଯ୍ୟନ୍ତ ସେହିଠାରେ ଛିଡ଼ା ହୋଇଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ଆହତ ଯୁବକ ଜଣକ ଅନ୍ୟ କେହି ନୁହନ୍ତି, ବରଂ ଭାରତୀୟ କ୍ରିକେଟ ଦଳର ସଦସ୍ୟ ରୁଷଭ ପନ୍ତ। ପନ୍ତ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଲେ। ସେ ତୁରନ୍ତ ରଜତଙ୍କୁ ଡକାଇ ତାଙ୍କୁ ଭେଟିଥିଲେ। ପନ୍ତ କହିଥିଲେ, ରଜତ ହେଉଛନ୍ତି ତାଙ୍କ ଜୀବନ ରକ୍ଷା କରିଥିବା ଜଣେ ହିରୋ। ସେ ରଜତଙ୍କ ପ୍ରତି ସର୍ବଦା କୃତଜ୍ଞ ଏବଂ ଋଣୀ ରହିବେ ବୋଲି ପନ୍ତ କହିଥିଲେ। କିଛି ଦିନ ପରେ ପନ୍ତ ଏକ ନୂଆ ସ୍କୁଟର କିଣି ରଜତଙ୍କୁ ଉପହାର ବି ଦେଇଥିଲେ।

ବର୍ତ୍ତମାନ ସେହି ରଜତ କୁମାର ଏବେ ଡାକ୍ତରଖାନାରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଗତ ରବିବାର ରଜତ ଏବଂ ତାଙ୍କ ପ୍ରେମିକା ମନୁ କଶ୍ୟପ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କ ପ୍ରେମକୁ ପରିବାର ଲୋକେ ସମର୍ଥନ କଲେନାହିଁ। ଜାତି ଅଲଗା ଥିବାରୁ ପରିବାର ଲୋକେ ଅନ୍ୟ ଜାଗାରେ ବିବାହ ସ୍ଥିର କଲେ। ଶେଷର ଉପାୟଶୂନ୍ୟ ହୋଇ ଉଭୟେ ଏପରି ଚରମ ପଦକ୍ଷେପ ନେଇଛନ୍ତି। ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ଭୋର ସମୟରେ ମନୁଙ୍କ ମୃତ୍ୟୁ ଘଟିଛି। ରଜତ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସାଧୀନ ଅଛନ୍ତି।

- Advertisement -

ଅନ୍ୟପଟେ ମନୁଙ୍କ ମୃତ୍ୟୁ ପରେ ତାଙ୍କ ମା’ ଥାନାରେ ରଜତଙ୍କ ନାଁରେ ତାଙ୍କ ଝିଅକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories