www.samajalive.in
Wednesday, December 10, 2025
16.1 C
Bhubaneswar

ଅନ୍‌ଲାଇନରେ ୫୫ ହଜାର ଦେଇ ମଗାଇଲେ ଦାମୀ ଫୋନ, ଆସିଲା ଚା’ କପ୍

ସମାଜ ଡିଜିଟାଲ ଡେସ୍କ: ଅନ୍‌ଲାଇନରେ ଗୋଟିଏ ଜିନିଷ ଅର୍ଡର କରିଥିବା ବେଳେ ଅନ୍ୟ ଏକ ଜିନିଷ ଘରକୁ ଆସିବାର ବହୁ ଉଦାହରଣ ରହିଛି। ଏପରି ଏକ ଘଟଣା ମୁମ୍ବଇରେ ଘଟିଛି। ମୁମ୍ବଇ ବିଦ୍ୟୁତ୍‌ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅମର ଚଭନ ନାମକ ଜଣେ ବ୍ୟକ୍ତି ଅନ୍‌ଲାଇନରେ ୫୫ ହଜାର ଟଙ୍କାର ଏକ ଦାମୀ ମୋବାଇଲ ଫୋନ୍‌ ଅର୍ଡର କରିଥିଲେ। ସେଥିପାଇଁ ସେ ଅର୍ଥ ମଧ୍ୟ ପଇଠ କରିଥିଲେ। ତେବେ ତାଙ୍କ ନିକଟକୁ ଯେଉଁ ପାର୍ସଲଟି ପହଞ୍ଚିଥିଲା ତାହାକୁ ଦେଖି ତାଙ୍କ ହୋସ୍‌ ଉଡ଼ି ଯାଇଥିଲା। ଦାମୀ ମୋବାଇଲ ବଦଳରେ ପାର୍ସଲରେ ଏକ ଚା’ କପ୍‌ ସେଟ୍‌ ରହିଥିଲା। ଏ ନେଇ ଅମର ତୁରନ୍ତ ସଂପୃକ୍ତ ଅନ୍‌ଲାଇନ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସଂସ୍ଥା ତରଫରୁ ଆଶ୍ବାସନା ଦିଆଯାଇଥିଲା। ଦୀର୍ଘଦିନ ବିତି ଯିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅମର ପୁନର୍ବାର ସେହି ସଂସ୍ଥାକୁ ଯୋଗାଯୋଗ କରିଥିଲେ। ତେବେ ତାଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରିବାରେ ସଂସ୍ଥା ତରଫରୁ ଅସମର୍ଥତା ପ୍ରକାଶ କରାଯିବା ପରେ ଅମର ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories