ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଅଞ୍ଚଳରେ ରବିବାର ଗୁଳିକାଣ୍ଡ ଘଟିଛି। ଏଥିରେ ଗୌତମ ମଲିକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୌତମ କୁଦାନଗରୀ ଦେଇ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତା ଯୋଗୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି।
Popular Categories



