ରାଇରଙ୍ଗପୁର : ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳରେ ଶୁକ୍ରବାର କଷ୍ଟ ସହ୍ୟ କରିନପାରି ଏଚଆଇଭି ଆକ୍ରାନ୍ତ ଥିବା ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁସାରେ, ଯୁବକ ଜଣଙ୍କ ରାଇରଙ୍ଗପୁର ତିରିଂ ଥାନା ସୁନାପୋଷି ଗାଁର। ସେ ଏଚଆଇଭି ଆକ୍ରାନ୍ତ ହୋଇ ଦୀର୍ଘଦିନରୁ ଅସୁସ୍ଥ ଥିଲେ। ଦିନକୁ ଦିନ ତାଙ୍କର ଯନ୍ତ୍ରଣା ବଢ଼ି ଯାଇଥିଲା। ଫଳରେ ରୋଗ କଷ୍ଟ ସହିନପାରି ସେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଗାଁ ଲୋକେ କହିଛନ୍ତି।
କଷ୍ଟ ସହି ନପାରି ଆତ୍ମହତ୍ୟାର ବାଟ ବାଛିଲେ ଏଚଆଇଭି ଆକ୍ରାନ୍ତ ଯୁବକ
Popular Categories



