ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଧେୟକ(ସିଏବି)କୁ ଆସାମ ସମେତ ଶିଲଂରେ ମଧ୍ୟ ଜୋରଦାର ବିରୋଧ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଶିଲଂ ଗସ୍ତକୁ ବାତିଲ କରିଦିଆଯାଇଛି। ଶାହା ଆସନ୍ତା ରବିବାର ଉତ୍ତରପୂର୍ବ ପୁଲିସ୍ ଏକାଡେମୀ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା। ବୁଧବାର ଲୋକସଭାରେ ନାଗରିକ ସଂଶୋଧନ ବିଧେୟକ ଗୃହୀତ ହେବା ପରଠୁ ପୂର୍ବୋତ୍ତ ରାଜ୍ୟଗୁଡ଼ିକରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଆସାମ, ମେଘାଳୟ ଓ ତ୍ରିପୁରାରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଏପରିକି ପୁଲିସ ଗୁଳିରେ ୨ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି।
Popular Categories



