www.samajalive.in
Sunday, December 14, 2025
26.1 C
Bhubaneswar

ମାଲକାନଗିରିରେ ଫେରୁଛି ସ୍ଵାଭାବିକ ସ୍ଥିତି: ପୋଟେରୁ ପୋଲ ଧୋଇବାରୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ୪୮ ଘଣ୍ଟା ପରେ ମାଲକାନଗିରି ଜିଲ୍ଲାରେ ସମସ୍ତ ପୋଲ ଏବଂ ରାସ୍ତା ଉପରୁ ପାଣି ଖସିଛି । ହେଲେ ପୋଟେରୁ ପୋଲ ଧୋଇ ହୋଇଯାଇଥିବାରୁ ମାଲକାନଗିରିରୁ ମୋଟୁକୁ ଏପର୍ଯ୍ୟନ୍ତ ଯୋଗାଯୋଗ ସ୍ଵାଭାବିକ ହୋଇପାରିନାହିଁ। ସେହିପରି ବାୟାପଡା ଘାଟିରେ ଭୂସ୍ଖଳନ ଯୋଗୁଁ ଏବେବି ଘାଟି ଉପରେ ଥିବା ୧୮ଟି ଗାଁ ବିଚ୍ଛିନ୍ନ ହୋଇ ରହିଛି। କିନ୍ତୁ ମାଲକାନଗିରି, ଜୟପୁର, କାଲିମେଳା ଏବଂ ମୋଟୁକୁ ଯୋଗାଯୋଗ ସ୍ଵାଭାବିକ ହୋଇଛି। ପୋଟେରୁ ସେତୁର ମରାମତି ପରେ ଯାତାୟାତ ସ୍ଵାଭାବିକ ହେବ ବୋଲି ଜଣାପଡିଛି। ସେପଟେ ଆଜି ବନ୍ୟା କ୍ଷତିଗ୍ରସ୍ତଙ୍କ ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ଦୀର୍ଘ ୪୮ ଘଣ୍ଟା ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ବେହାଲ ହୋଇପଡିଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories