www.samajalive.in
Saturday, December 6, 2025
23.1 C
Bhubaneswar

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି: ମାଲକାନଗିରି ଥାନା ସମ୍ମୁଖରେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେହି ସମୟରେ ଉପସ୍ଥିତ ଥିବା ଥାନାର କର୍ମଚାରୀମାନେ ଦେଖି ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ ହେଲେ ଗଙ୍ଗଳା ଗ୍ରାମର ସୁକାନ୍ତି ମାଝି। ଗତ ୯ ତାରିଖରେ ଗଙ୍ଗଳା ଗ୍ରାମର ୧୦ରୁ ୧୨ ଜଣ ବ୍ୟକ୍ତି ସୁକାନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମରିଥିବା ଥାନାରେ ଅଭିଯୋଗ କରିଥିଲେ। ୧୦ ତାରିଖରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଆଜି ଥାନା ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାରକରି ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କୁ ପଚାରିବାରୁ ମାମଲା ରୁଜୁ କରି ନ୍ୟାୟାଳୟକୁ ପଠାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories