www.samajalive.in
Saturday, December 6, 2025
23.1 C
Bhubaneswar

ସମାଜସେବୀଙ୍କ ବଦାନ୍ୟତା, ଅସହାୟ ବୃଦ୍ଧାଙ୍କୁ ଯୋଗାଇଲେ ରାସନ ସାମଗ୍ରୀ

ମାଲକାନଗିରି:  ମାଲକାନଗିରି ଜିଲାରେ କରୋନା ଛାଟ ସାଙ୍ଗକୁ ବନ୍ୟା ପରିସ୍ଥିତି ପରେ ବର୍ତ୍ତମାନ ଜିଲ୍ଲାର ଗ୍ରାମାଞ୍ଚଳର ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥା ହୋଇ ପଡ଼ିଛିା ଦୋକାନ ବଜାର ସହ ସମସ୍ତ ସଂସ୍ଥାନ ବନ୍ଦ ରହିଥିବା ବେଳେ ଖଟିଖଇଆ ମାନଙ୍କ ରୋଜଗାର ମଧ୍ୟ ସମ୍ପୂର୍ଣ ବନ୍ଦ ହୋଇ ଯାିଛିା ଏବଳି ସ୍ଥିତିରେ ଗରୀବ ଓ ଅତି ଗରୀବ ଶ୍ରେଣୀର ପରିବାର ମାନେ ମୁଠାଏ ଖାଇବାକୁ ନେଇ ଚିନ୍ତିତ ରହିଥିବା ଦେଖିବାକୁ ମିଳଇଛିା ଏଭଳି ସ୍ଥିତିରେ ସହ ଯୋଗର ହାତ ବଢାଇଛନ୍ତି ସମାଜସେବୀ ବିନୋଦ ଟାବାରି। ଗତ ୨୫ତାରିଖ ଦିନ ଜୟରାମଗୁଡା ଗ୍ରାମର ଘାସିଆଣି ଗାଦବାନାମକ ଜଣେ ଅସହାୟ ବିଧବା ମହିଳାଙ୍କ ବିଷୟରେ ‘ସମାଜ’ରେ ଖବର ପ୍ରକାଶ ପାଇଥିଲ।। ଏହାର ଦୁଇଦିନ ପରେ ୨୭ ତାରିଖ ଦିନ ସେହି ଗ୍ରାମର ସମରା ଜାନିଙ୍କ ଘର କାନ୍ଥ ବର୍ଷାରେ ଭାଙ୍ଗି ଯାଇଥିବା ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ସମାଜସେବୀ ଶ୍ରୀ ଟାବାରି ଶନିବାର ଦିନ ଉକ୍ତ ଗ୍ରାମକୁ ଯାଇ ସମ୍ପୃକ୍ତ ବୃଦ୍ଧା ମହିଳା ଓ ସମରା ଜାନିଙ୍କ ପରିବାରକୁ ସହ ଯୋଗର ହାତ ବଢାଇଥିଲେ। ସମ୍ପୃକ୍ତ ବୃଦ୍ଧା ମହିଳା ଘାସିଆଣୀ ଗାଦବାଙ୍କୁ ଗୋଟିଏ ବସ୍ତା ଚାଉଳ, ପାଞ୍ଚକେଜି ଡାଲି ଯୋଗାଇଦେବା ସହ ଆଗାମୀ ଦିନରେ ମଧ୍ୟ ତାଙ୍କୁ ସହ ଯୋଗ କରା ଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ସମରା ଜାନିଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବାରୁ ତାଙ୍କୁ ଏକ ପଲିଥିନି ଯୋଗାଇ ଦେଇଥିଲୋ ସମାଜସେବୀଙ୍କ ଏଭଳି ସେବା କାର୍ଯ୍ୟକୁ ଗ୍ରାମବାସୀ ମାନେ ସ୍ୱାଗତ କରିଥିଲୋ

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories