www.samajalive.in
Saturday, December 6, 2025
14.1 C
Bhubaneswar

ମାଲକାନଗିରିରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି: ଜାତୀୟ ଆଇନ ସେବା ପ୍ରାଧୀକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ରୋହିତ ଲାଲ ପଣ୍ଡାଙ୍କ ତତ୍ୱାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଅଦାଲତରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜଜ ମୋହଲତ ସା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକଗାରୀ ବିଶ୍ୱ ରଞ୍ଜନ ବେହେରା, କୃଷ୍ଣଚନ୍ଦ୍ର ନାୟକ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଅମରେଶ ନାୟକ, ବରିଷ୍ଠ ଦେବାନି ବିଚାରପତି ସୁଚେତା କୃପାଲିନୀ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ନିଶାକର ସାହୁ ଓ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ରେଖାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମକଦମା ଫୈସଲା କରିଥିଲୋ

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତିନିଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲା ଫୈସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତିପୂରଣ ବାବଦରେ ୨୪,୭.୦୦୦ ଟଙ୍କା କ୍ଷତିପୁରଣ ଦେବାପାଇଁ ଧାର୍ଯ୍ୟ କରା ଯାଇଥିଲା। ସେହିପରି ୩୦ ଗୋଟି ପିୟୁଏସ୍‍ ତଥା ଇଲେକ୍ଟ୍ରିସିଟି ମକଦ୍ଦମା ଫୈସଲା କରିବା ସଙ୍ଗେ ସଙ୍ଗେ ୧୧ ଗୋଟି ବୈବାହିକ ମାମଲା ଓ ଅନ୍ୟାନ୍ୟ ତିନିଗୋଟି ଦେବାନି ମକଦମା ଫୈସଲା କରା ଯାଇଥିଲ।। ଏହି ଲୋକ ଅଦାଲତରେ ସଚିବ ତଥା ସ୍ଥାୟୀ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀ ନାୟକଙ୍କ ଦ୍ୱାରା ସାତଗୋଟି ପ୍ରି -ଲିଟିଗେସନ୍‍ ମକଦମା ଆପୋସ ବୁଝାମଣା ଜରିଆରେ ସମାଧାନ କରା ଯାଇଥିଲ।। ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିଭାଗ ମିଳିତ ଭାବେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପିଲ୍ଲାପାଳ ଓ ତହସିଲଦାର ୭୮୨୭ ଗୋଟି ରାଜସ୍ୱ ମାମଲା ବିଚାର କରା ଯାଇ ଜରିମାନା ବାବଦରେ ମୋଟ ୪୭,୯୬,୫୧୯ ଟଙ୍କା ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ୨୩ ଗୋଟି ମାମଲା ବିଚାର କରି ମୋଟ ୧୮,୫୦୦ ଟଙ୍କା ଜରିମାନା ଆଦାୟ କରିଥିଲୋ ଶେଷରେ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ସିଭିଲ କୋର୍ଟର ସମସ୍ତ କର୍ମଚାରୀ ବୃନ୍ଦ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ମାଲକାନଗିରି କର୍ମଚାରୀ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲୋ

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories