www.samajalive.in
Saturday, December 6, 2025
16.1 C
Bhubaneswar

ମାଓବାଦୀ ପକ୍ଷରୁ ଭିଡିଓ ଜାରି, ଘଞ୍ଚ ଜଙ୍ଗଲରେ ଗ୍ରାମବାସୀଙ୍କ ସହ ନାଚ ଗୀତରେ ମସଗୁଲ ଲାଲବାହିନୀ

ମାଲକାନଗିରି: କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ଘଞ୍ଚ ଜଙ୍ଗଲରେ ଗ୍ରାମବାସୀଙ୍କ ସହ ନାଚ ଗୀତରେ ଲାଲ ବାହିନୀ ମସଗୁଲ ଥିବା ଏକ ଭିଡିଓ ଦେଖିବାକୁ ମିଳିଛି। ଦିର୍ଘ ୫ ମାସର ହିଂସାତ୍ମକ ଟିସିଓସି ପରେ ଏ ହୋଉଛି ସେଲିବ୍ରେଶନର ଚିତ୍ର। ଏଚିତ୍ର ଆସିଛି ସୁକୁମା ଦାନ୍ତେଓ୍ବାଡା ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲରୁ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଓବାଦୀ ମାନେ ଧୁମ ଧାମରେ ସେମାନଙ୍କ କଳା- ଗଜଗ କାର୍ଯ୍ୟକ୍ରମ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛତିଶଗଡ ଦାନ୍ତେଓ୍ବାଡା, ସୁକୁମା, ବିଜାପୁର ସମେତ ଆନ୍ଧ୍ର ଓ ତେଲେଙ୍ଗାନା ସୀମାବର୍ତୀ ଅଞ୍ଚଳରର ପ୍ରାୟ ୨୧ ହଜାର ଗ୍ରାମବାସୀ ଯୋଗ ଦେଇଥିବା ନେଇ ମାଓ ସଙ୍ଗଠନ ଦାବି କରିଛି। ନାଚଗୀତ ସମେତ ଆଦିବାସୀଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ, ସଙ୍ଗୀତ ଆଦି ପ୍ରତିଯୋଗିତା ସହ ଭୋଜି ଭାତର ଆସର ମଧ୍ୟ ଦେଖିବାକୁ ମିଳିଛି । ବିଶେଷ କରି ମାଓବାଦୀ ମାନେ ଫେବୃଆରୀ ଠାରୁ ଜୁନ ଶେଷ ଯାଏଁ ପୁଲିସ ବିରୋଧରେ ସେମାନଙ୍କର ଟିସିଓସି ଅର୍ଥାତ ଟ୍ୟାକ୍ଟିକାଲ କାଉଣ୍ଟର ଓଫେନ୍ସିଭ କ୍ୟାମ୍ପେନ ଜାରି ରଖି ଥାନ୍ତି। ଆଉ ଟିସିଓସି ସରିବା ପରେ ସେଲିବ୍ରେସନ କରନ୍ତି। ଏହି ଭିଡିଓକୁ ମାଓବାଦୀଙ୍କ ଦକ୍ଷୀଣ ସବ-ଯୋନାଲ ବ୍ୟୁରୋ ପଷରୁ ଜାରି କରା ଯାଇଛି ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories