www.samajalive.in
Saturday, December 6, 2025
16.1 C
Bhubaneswar

ତୃତୀୟ ଦିନରେ ପହଞ୍ଚିଲା ଓଡିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ, ଚିକିତ୍ସାରେ ବାଧା

ମାଲକାନଗିରି : ଦଶଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରୁଥିବା ବେଳେ ଆଜି ଏହି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛିା ଗତ ଦୁଇଦିନ ଧରି ବର୍ହିବିଭାଗ ମାନଙ୍କର ନର୍ସିଂ ଷ୍ଟାଫ୍‌ ମାନେ ଆନ୍ଦୋଳନ କରୁଥିବା ବେଳେ ଆଜି ଜରୁରିକାଳୀନ ବିଭାଗର ନର୍ସମାନେ ଆନ୍ଦୋଳନରେ ଯୋଗ ଦେଇଛନ୍ତିା ଫଳରେ ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛିା

ଦାବି ଗୁଡିକ ମଧ୍ୟରେ ୧୨.୧୧.୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ଛଅବର୍ଷ ଚୁକ୍ତି ଭିତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ, ଯୋଗ୍ୟ ନର୍ସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନର୍ସିଂ ଅଫିସର ପଦବୀରେ ପଦୋନ୍ନତି, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସର ମାନଙ୍କୁ କ୍ୟାଡର ପୋଷ୍ଟରେ ବିଭିନ୍ନ ସରାକରୀ ଚିକିତ୍ସାଳୟରେ ନର୍ସିଂ ସେବା ଯୋଗାଇ ଦେବା, ନିୟମିତ ହୋଇ ନଥିବା ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯାଉ,ନର୍ସିଂ ଅଫିସର ମାନଙ୍କ ଡ୍ରେସ୍‌ କୋଡ ପରିବର୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତନ କରାଯାଉ, ଇତ୍ୟାଦି ୧୦ ଦଫା ଦାବି ନେଇ ଆଜକୁ ତିନିଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତିା

‘ସୁଭଦ୍ରା’ ପାଇଁ ବଡ ଖବର ; କେବେ ମିଳିବ ଟଙ୍କା, ଆଜି ତାରିଖ କହିବେ ଉପମୁଖ୍ୟମନ୍ତ୍ରୀ!

- Advertisement -

ସଂଘର ସଭାପତି ଭାରତୀ ବେହେରାଙ୍କ ଅଧ୍ୟକ୍ଷତାରେ ରିତା ବାହିନିପତି, ଇ.ଏନ୍‌ ବାରା, ହିରାମଣୀ ହଂସ, ସସ୍ମିତା ଖିତି, ରେବିକା ବାଲା, ମିନାଖୀ ପରିଡା, ନିକିତା ତାଣ୍ଡି, ରେଶ୍ମୀ ରାୟ, ସଙ୍ଗୀତା ନାୟକ, ଆକାଶ ନାୟକ, ରମ୍ୟରଂଜନ ପାଣିଗ୍ରାହି, ହୃସିକେଷ ଗୌଡଙ୍କ ସହ ମୁଖ୍ୟ ଚିକିତ୍ସାଳୟର ୯୫ରୁ ଅଧିକ ନର୍ସିଂ ଅଫିସର ଓ ଷ୍ଟାଫମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତିା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ ପ୍ରକାଶ କରିଛନ୍ତିା

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories