ମାଲକାନଗିରି : ଗୁରୁବାର ଠାରୁ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଶିକ୍ଷା ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଓ ଖାତା ଚୋରି ପରେ ପରୀକ୍ଷା ପରିଚାଳନାରେ ଯେଭଳି ବିଭ୍ରାଟ ନ ହୁଏ ସେଥିପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଗୁରୁତ୍ୱ ନେବା ସହ ଶୃଙ୍ଖଳିତ ଭାବେ ପରୀକ୍ଷା କରିବାକୁ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦେଶ ଦେଇଛନ୍ତି ଏବଂ ଏନେଇ ବହୁ ପଦକ୍ଷେପ ନେଇଛନ୍ତି। ମାଲକାନଗିରି ଜିଲ୍ଲାର ମାଥିଲି, କାଲିମେଳା ଓ ମାଲକାନଗିରି ସଦର ଠାରେ ତିନୋଟି ହବ୍ ସେଣ୍ଟର କରାଯାଇଥିବା ବେଳେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୧୮ଟି କଲେଜରେ ୪୧୨୧ଜଣ ଛାତ୍ରଛାତ୍ରୀ ମୋଟ ୧୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରତ୍ୟେକ ସେଣ୍ଟରରେ ଜଣେ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ସିସି କ୍ୟାମେରା ଠାରୁ ଆରମ୍ଭ କରି ବହୁ ପଦକ୍ଷେପ ନିଆଯାଇଥିବା ଜଣାପଡିଛିା
Popular Categories



