www.samajalive.in
Monday, December 8, 2025
27.1 C
Bhubaneswar

ବନ ବିଭାଗ ପକ୍ଷରୁ ଜଙ୍ଗଲ ପୋଡି ରୋକିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ମାଲକାନଗିରି : ବୁଧବାର ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଭା ଗୃହରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ପୋଡି ରୋକିବା ଓ ଏହାର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡି.ଏଫ୍‍.ଓ. ପ୍ରଦିପ ମିରାଶେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମାଲକାନଗିରି ଜିଲ୍ଲାରେ କିଭଳି ଜଙ୍ଗଲ ସୁରକ୍ଷା କରାଯିବ ସେଥିନେଇ ଆଲୋଚନା କରା ଯାଇଥିଲ।। ମାର୍ଚ୍ଚ ମାସରେ ଆଦିବାସୀ ମାନଙ୍କ ଦ୍ୱାରା ଜଙ୍ଗଲ ପୋଡି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏଥିରେ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛିା ତେଣୁ କିଭଳି ଏହି ଜଙ୍ଗଲକୁ ସୁରକ୍ଷା କରାଯିବ ଏବଂ ପ୍ରତ୍ୟେକ ରେଞ୍ଜରେ ଥିବା ବନ ସୁରକ୍ଷା ସମିତିର କାର୍ଯ୍ୟ ଦକ୍ଷତା ସୈଳୀକୁ ବୃଦ୍ଧି କରାଯାଇ ଲୋକଙ୍କୁ ସଚେତନତ କରାଇଯିବ ତାହା ଦାୟିତ୍ୱରେ ରହିଥିବା ଡିଏଫଓ ଶ୍ରୀ ମିରାଶେ ପ୍ରକାଶ କରିଥିଲୋ କର୍ଣ୍ଣାଟକର ବାନ୍ଦିପୁର ନ୍ୟାସନାଇ ପାର୍କରେ ସଂରକ୍ଷିତ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ନିଆଁ ଦାଉରୁ ଜଙ୍ଗଲ ନଷ୍ଟ ନହେବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଥିଲ।। ସେହି ଯୋଜନାକୁ କିଭଳି ଏଠାରେ କାର୍ଯ୍ୟକରୀ କରାଯାଇ ପାରିବ ସେଥିନେଇ ମଧ୍ୟ ବିସ୍ତୃତ ଆଲୋଚନା କରା ଯାଇଥିଲ।। ଜଙ୍ଗଲ ସୁରକ୍ଷାର କୌଶଳ ସମ୍ପର୍କରେ ମଧ୍ୟ ଉପସ୍ଥିତ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କୁ ବୁଝା ଯାଇଥିଲ।।  ପୂର୍ବତନ ବନପାଳ ତଥା ବନ୍ୟଜନ୍ତୁ ସଂରକ୍ଷକ ଦୁଯ୍ୟେଧନ ପାତ୍ର, ମାଲକାନଗିରି ଏସିଏଫ ଶ୍ରୀକାନ୍ତ ନାୟକ, ଜଗଦିଶ ପ୍ରସାଦ ପଟ୍ଟନାୟକ, ସମେତ ସମସ୍ତ ରେଞ୍ଜ ଅଧିକାରୀ ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲୋ

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories