www.samajalive.in
Saturday, December 6, 2025
26.1 C
Bhubaneswar

ମାଲକାନଗିରି ପୁଲିସକୁ ବଡ ସଫଳତା ; ବିସ୍ଫୋରକ ସାମଗ୍ରୀ, ବନ୍ଧୁକ ଜବତ

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ଏକ ବଡ ସଫଳତା। ଏସ୍‍.ପି. ନିତିଶ୍‍ ୱାଧ୍ୱାନୀଙ୍କ ନେତୃତ୍ୱରେ ଆଜି ମାଓ ଦମନ ନିମନ୍ତେ ନିୟୋଜିତ ଡିବିଏଫ ଓ ଏସ.ଓ.ଜି. ବାହିନୀ କୁମ୍ୱିଂ ଅପରେସନ କରିଥିଲେ। ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମାନ୍ତବର୍ତ୍ତୀ ତୁଳସୀ ଓ କେରିମିଟି ଜଙ୍ଗଲରେ ସର୍ଚ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ସହ ମାଓ ବ୍ୟବହୃତ ସାମଗ୍ରୀ ଗୁଡିକ ଜବତ କରିଛନ୍ତି । ପ୍ରାୟ ୪୦ କେଜିର ଆଇ.ଇଡି, ଜିଲୋଟିନ ଷ୍ଟିକ୍‍, ଦେଶୀ ବନ୍ଧୁକ, ଜବତ କରିଥିବା ଏସ୍‍.ପି. ସୂଚନା ଦେଇଛନ୍ତି ।
ଦଠକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ମାଓ ସଂଗଠନ ପକ୍ଷରୁ ବିଏସ୍‍ଏଫ୍‍ ଜବାନ କୁମ୍ୱିଂ ଅପରେସନକୁ ଯାଉଥିବା ସମୟରେ କ୍ଷତି ପହଂଚାଇବା ଉଦ୍ଦେଶ୍ୟରେ ଏହି ସାମଗ୍ରୀ ଗୁଡିକ ଗଛିତ ରଖା ଯାଇଥିବା ପୁଲିସ ଅନୁମାନ କରୁଛି। ଏହାସହ ବର୍ତ୍ତମାନ ଛତିଶଗଡ ନିର୍ବାଚନ ଚାଲୁଥିବାରୁ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟାଇବାକୁ ମାଓବାଦୀ ମାନେ ଏହି ଅଞ୍ଚଳରେ ସକ୍ରୀୟ ରହିଥିବା ସହ ମାଲକାନଗିରି ପୁଲିସ ଓ ଜବାନ ମାନେ ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ କେରିମିଟି ଓ ତୁଳସୀ ଅଞ୍ଚଳରେ କୁମ୍ୱିଂ ଅପରେସନ ଚାଲୁ ରହିଥିବା ଜଣାପଡିଛି । ଗତକାଲି ଠାରୁ ଏହି ଅଞ୍ଚଳରେ ପୁଲିସର ସ୍ୱତନ୍ତ୍ର କୁମ୍ୱିଂ ଅପରେସନ ଚାଲୁ ରହିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories