www.samajalive.in
Saturday, December 6, 2025
23.1 C
Bhubaneswar

ଚିକିତ୍ସାରେ ବିଳମ୍ବ ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମର ତପନ ରାୟ ନାମକ ୫୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତପନ କିଡନୀ ରୋଗରେ ଗତ ୨ ମାସ ଧରି ଆକ୍ରାନ୍ତ ହୋଇଥିବା ବେଳେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇଥିଲେ। ଏପରିକି ସେଠାରେ ୪ ଥର ତପନକୁ ଡାଇଲାସିସ୍ କରାଇଥିଲେ ଏବଂ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ତେବେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କର ସ୍ବାମୀଙ୍କୁ ଯେତେବେଳେ ଡାଇଲାସିସ୍ ପାଇଁ ନେଇଥିଲେ, ସେଠାରେ ଉପସ୍ଥିତ ଥିବା ଟେକ୍ନିସିୟାନ ସୁଜୟ ଗିରି ନାମକ ବ୍ୟକ୍ତି ତପନଙ୍କ ସ୍ତ୍ରୀଙ୍କ ଠାରୁ ଟଙ୍କା ମାଗିଥିଲେ। ଏପରିକି ଆଗେ ଟଙ୍କା ଦେଲେ ତାହାପରେ ଡାଇଲାସିସ୍ କରିବି ବୋଲି ଜିଦ୍‌‌ ଧରିଥିଲେ । କିଛି ଉପାୟ ନପାଇ ସ୍ତ୍ରୀ ବାସନ୍ତୀ ଟେକ୍ନିସିୟାନ ସୁଜୟ ଗିରିଙ୍କ ମୋବାଇଲକୁ ଫୋନ ପେ ମାଧ୍ୟମରେ ୫ହଜାର ଟଙ୍କା ପଠାଇଥିଲେ। ତେବେ ଟଙ୍କା ଦେବାକୁ ବିଳମ୍ବ ହେବାରୁ ଡାଇଲାସିସ୍ କରିବାରେ ଅବହେଳା କରିଥିବା କାରଣରୁ ତାଙ୍କ ସ୍ବାମୀ ପ୍ରାଣ ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଟେକ୍ନିସିୟାନ ସୁଜୟ ଗିରି ଦାୟୀ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଓ ପରିବାର ଲୋକେ। ସ୍ବାମୀଙ୍କ ମୃତ୍ୟୁରେ ଦାୟୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ତ୍ରୀ ବାସନ୍ତୀ। ଅନ୍ୟପଟେ ପରିବାରର ଏକମାତ୍ର ରୋଜଗାରିଆ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ, ପୁଅ , ଝିଅ ସମସ୍ତେ ଭାଙ୍ଗି ପଡିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଜିଲ୍ଲା ବାହାରେ ଅଛନ୍ତି ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories