ନୂଆଦିଲ୍ଲୀ : ଦିଲ୍ଲୀ-ଜୟପୁର ରାଜପଥରେ ଏକ ଘରୋଇ ବସ୍ରେ ନିଆଁ ଲାଗି ୨ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ବୁଧବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାଜପଥରେ ଥିବା ଗୁଗଲ କାର୍ଯ୍ୟାଳୟ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଅନେକ ସମୟ ପର୍ଯ୍ୟନ୍ତ ରାଜପଥରେ ଗାଡି ଅଟକି ରହିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରହିଛି। ଉକ୍ତ ବସ୍ଟିର ଅରୁଣାଞ୍ଚଳ ପ୍ରଦେଶ ନମ୍ବର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
Popular Categories



