www.samajalive.in
Saturday, December 6, 2025
15.1 C
Bhubaneswar

ଉତ୍କଳ ସମ୍ମିଳନୀ, ମାଲକାନଗିରିରେ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ମହାବିଦ୍ୟାଳୟର ସଭାଗୃହ ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କର ୧୬୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଉତ୍କଳ ସମ୍ମିଳନୀ, ମାଲକାନଗିରି ଜିଲ୍ଲା ଶାଖାର ସଭାପତି ତଥା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ,ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ସମ୍ମଳନୀର ଉପସଭାପତି ତପନ କୁମାର ବେହେରା ମୁଖ୍ୟ ବକ୍ତା ଓ ଅବସରପ୍ରାପ୍ତ ଏ ବି ଇ ଓ ରବିନ୍ଦ୍ରକୁମାର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚ।ସୀନ ଅତିଥି ମାନେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କର ଜୀବନର ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିବା ବେଳେ ମୁଖ୍ୟ ବକ୍ତା କବିଙ୍କର କାଳଜୟୀ ରଚନା ତପସ୍ୱିନୀ, ଇନ୍ଦୁମତୀ ଓ କୀଚକ ବଧ କାବ୍ୟ ଉପରେ ବିଶ୍ଳେଷଣ।ତ୍ମକ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେନାପତି କାର୍ୟ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ,ପ୍ରଦୀପ ଓରାମ, ଡ଼ି. ଆଶିଷ ରାଠୋର ଅଧ୍ୟାପିକା ପ୍ରେମରେଖା ଭତ୍ରା,ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ,ବିଚିତ୍ରା ନନ୍ଦ ରାଉତ ,ପ୍ରକାଶ ଚନ୍ଦ୍ର ନାୟକ ,ବେଣୁପାଣି ଖାଡଙ୍ଗା, ବାଲରାଜୁ ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories