www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି : ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି । ଗତ ସାତ ଦିନ ଧରି ମାଲକାନଗିରିରେ ଲଗାଣ ବର୍ଷା ହେବା ଫଳରେ ସାବେରି, ସିଲେରୁ ଚିନା ଗୋଦାବରୀ ପ୍ରଭୃତି ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପୋଲାଭରମ ପ୍ରକଳ୍ପରୁ ନିଷ୍କାସିତ ଗୋଦାବରୀ ନଦିର ଜଳ ୨ ନଂ ବିପଦ ସଂକେତ ଉପରେ ପ୍ରଭାବିତ‌ ହେଉଥିବାରୁ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୪୮ଟି ଗେଟରୁ ୯ ଲକ୍ଷ କ୍ୟୁସେକ ଜଳ ଛଡାଯିବା ଫଳରେ ମୋଟୁ ଓ ଚିନ୍ତୁର ୩୨୬ ଜାତୀୟ ରାଜପଥ ଉପରେ ଜଳ ପ୍ରବାହିତ ହୋଇ ମାଲକାନଗିରି ଠାରୁ ହାଇଦ୍ରାବାଦ ଯାତାୟତ‌ ଠପ ହୋଇଯାଇଛି । ସେହିପରି ମୋଟୁ ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ  ହୋଇଛି । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ନଦୀ ତଳିଆ ଲୋକଙ୍କୁ ସୁରକ୍ଷିତ ନିଆଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପାଙ୍ଗାମ ପୋଟେରୁ ନଦୀରେ ଜଳ ସ୍ତର ବୃଦ୍ଧିପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories