ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟା ପରେ କନଷ୍ଟେବଳ ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲାରେ କାଯ୍ୟରତ କନଷ୍ଟେବଳ ଟୁଗୁଲ ଜନାର୍ଦନ ରବିବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ୨୮ ତାରିଖରେ ତାଙ୍କ ପତ୍ନୀ ତଥା ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଦେଇଥିଲେ । ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜନାର୍ଦ୍ଦନ ନିଜେ ଆମ୍ବପୁଆ ସ୍ଥିତ ଭଡା ଘରେ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଜନାର୍ଦ୍ଦନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାନସିକ ଅଶାନ୍ତି ଯୋଗୁ ଏହି କନଷ୍ଟେବଳ ଦମ୍ପତି ଜଣକ ପରେ ଜଣେ ଆତ୍ମହତ୍ୟାକୁ ବାଛିଥିବା ଆଲୋଚନା ହେଉଛି । ଏହି ଦମ୍ପତିଙ୍କର ୨୨ ଦିନର ଏକ ଶିଶୁ କନ୍ୟା ରହିଛି ।

kalyan agarbati

Comments are closed.