www.samajalive.in
Thursday, December 11, 2025
27.1 C
Bhubaneswar

ଭାରତର ମୁକାବିଲା କରିବାକୁ ତାଲିବାନକୁ ସୃଷ୍ଟି କରିଛି ପାକିସ୍ତାନ- ପୂର୍ବତନ ଆଫଗାନ ମନ୍ତ୍ରୀ

ଇସଲାମାବାଦ: ଭାରତର ମୁକାବିଲା କରିବାକୁ ପାକିସ୍ତାନ ସରକାର ତାଲିବାନ ଆତଙ୍କି ଗୋଷ୍ଠୀଙ୍କୁ ସୃଷ୍ଟି କରିଛନ୍ତି। ଏକଥା କହିଛନ୍ତି ଆଫଗାନିସ୍ତାନର ପୂର୍ବତନ ଜଣେ ଉପମନ୍ତ୍ରୀ ତଥା ଜାତିସଂଘ ଏବଂ ଅଷ୍ଟ୍ରେଲିଆରେ ଅବସ୍ଥାପିତ ପୂର୍ବତନ ରାଷ୍ଟ୍ରଦୂତ ମାହମୁଦ ସଇକାଲ। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ମନ୍ତବ୍ୟକୁ ଉଦ୍ଧାର କରି ସେ କହିଛନ୍ତି, ସଂପ୍ରତି ତାଲିବାନକୁ ସ୍ୱୀକୃତି ଦେବାପାଇଁ ପାକିସ୍ତାନର ଇମ୍ରାନ ଖାଁ ସରକାର ସାରା ବିଶ୍ୱର ନେତୃବୃନ୍ଦଙ୍କ ସହିତ ସମ୍ପର୍କ ରକ୍ଷା କରୁଛନ୍ତି। ସେ କହିଛନ୍ତି, ପାକିସ୍ତାନ ଉପରେ ନୀତିଗତ ଚାପ ଅଥବା କଟକଣା ସହିତ ସର୍ତ୍ତମୂଳକ ସମ୍ପର୍କ ରକ୍ଷା କରାଗଲେ ଆଫଗାନିସ୍ତାନରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ ଏବଂ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ନିରାପତ୍ତା ବଜାୟ ରହିପାରିବ। ଆଇଏସଆଇଏସ-କେ, ତାଲିବାନ ଏବଂ ଅଲ କାଏଦା ମଧ୍ୟରେ ସମ୍ପର୍କ ଥିବା କଥା ମଧ୍ୟ ଜାତିସଂଘର ସାନି ରିପୋର୍ଟ ପ୍ରତିପାଦିତ କରୁଥିବା ସେ କହିଛନ୍ତି। ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଅଲ କାଏଦାର ବହୁସଂଖ୍ୟକ ଆତଙ୍କି ଏବଂ ଅନ୍ୟ ଆତଙ୍କି ଗୋଷ୍ଠୀ ସଂପ୍ରତି ତାଲିବାନ ସହିତ ମିଶି ଆଫଗାନିସ୍ତାନର ବିଭିନ୍ନ ଭାଗରେ ରହିଛନ୍ତି ଏବଂ ନିରୀହ ଲୋକଙ୍କ ଉପରେ ଦମନଲୀଳା ଚଳାଇଛନ୍ତି। ଅଲ୍‍ କାଏଦା ସଂପ୍ରତି ଭାରତୀୟ ଉପମହାଦେଶରେ ତାଲିବାନ ଦ୍ୱାରା କାନ୍ଦାହାର, ହେଲମଣ୍ଡ ଏବଂ ନିମୁଜ ପ୍ରଦେଶରୁ ନିୟନ୍ତିତ ହେଉଛି। ଏହି ଗୋଷ୍ଠୀରେ ମୁଖ୍ୟତଃ ଆଫଗାନ ଓ ପାକିସ୍ତାନ ନାଗରିକ ସାମିଲ ରହିଛନ୍ତି। ତାହାସହିତ ଏଥିରେ ବାଂଲାଦେଶ, ଭାରତ ଓ ମ୍ୟାଁମ।।ର ନାଗରିକ ମଧ୍ୟ ରହିôଥବା ଜଣାଯାଇଛି। ଏହା ନେତୃତ୍ୱ ନେଉଥିବା ଅସିମ ଉମରଙ୍କ ପରେ ସଂପ୍ରତି ଓସାମା ମାହମୁଦ ଏହାର ନେତୃତ୍ୱ ନେଉଛନ୍ତି। ତାଲିବାନ ସହିତ ଏହି ଗୋଷ୍ଠୀର ନିବିଡ ସମ୍ପର୍କ ରହିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories