www.samajalive.in
Wednesday, December 10, 2025
16.1 C
Bhubaneswar

ସୀମାନ୍ତରେ ଲାଣ୍ଡମାଇନ ବିସ୍ପୋରଣ: ଜଣେ ଜବାନ ସହୀଦ, ୯ ଗୁରୁତର

ମାଲକାନଗିରି:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ତାଡମେଟଲା ନିକଟରେ ମାଓବାଦୀଙ୍କ ଦ୍ୱାରା ଲାଣ୍ଡମାଇନ ବିସ୍ପୋରଣ କରା ଯାଇଛିା ଏଥିରେ ଜଣେ ଜବାନ ସହୀଦ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ସୁକୁମା ଜିଲ୍ଲା ଗୁର୍କାପାଲର ୨୦୬ କୋବ୍ରା ବାଟାଲିୟନର ଜବାନମାନେ ଗତକାଲି କୁମ୍ବିଂ ଅପରେସସନ କରିବାପାଇଁ ତାଡମେଟଲା ଦେଇ ଆଗକୁ ଯାଇଥିଲୋ ମାଓବାଦୀ ମାନେ ଜବାନ ମାନଙ୍କ ଗତିବିଧିକୁ ଅନୁଧ୍ୟାନ କରି ତାଡମେଟଲା ଠାରେ ତିନୋଟି ଲାଣ୍ଡମାଇନ ଖଞ୍ଜିଥିଲ। ପ୍ରାୟ ରାତି ୮.୩୦ ସମୟରେ ଏହି ରାସ୍ତା ଦେଇ ଜବାନମାନେ ଫେରୁଥଇବା ସମୟରେ ମାଓବାଦୀ ମାନେ ଏହି ତିନୋଟି ଲାଣ୍ଡମାଇନକୁ ବିସ୍ପୋରଣ କରିଥିଲୋ ଫଳରେ ଘଟଣା ସ୍ଥଳରେ ୨୦୬ କୋବ୍ରା ବ।ଟାଲିୟନର ଅତିରିକ୍ତ କମାଣ୍ଡେଂଟ ନିତିନ୍ ଭାଲେରାଓ ସହୀଦ ହୋଇଥିବା ବେଳେ ଅନ୍ୟ ନଅ ଜଣ ଗୁରୁତର ଆହତ ହୋଇଥିଲ। ସେହି ସମୟରେ ଅନ୍ୟ ଜବାନ ମାନେ ମାଓବାଦୀଙ୍କ ସହ ପାଲଟା ଗୁଳି ଚାଲଣା କରିଥିଲ। ଏହା ରାତ୍ରି ସମୟ ହୋଇଥିବାରୁ ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରେ ଛତ୍ରଭଙ୍ଗ ହୋଇ ଖସି ଯିବାରେ ସକ୍ଷମ ହୋଇଥିଲ। ଆଜି ସକାଳେ ରାୟପୁର ଠାରୁ ବାୟୁସେନାର ଦୁଇଟି ହେଲିକ୍ୟାପ୍ଟର ଯୋଗେ ଜବାନମାନଙ୍କୁ ଚିକିତ୍ସା ନିମନ୍ତେ ରାୟପୁରକୁ ସ୍ଥାନାନ୍ତର କରା ଯାଇଛିା ତେବେ ଏହି ଅଞ୍ଚଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି କୁମ୍ବିଂ ଅପରେସନକୁ ଜୋରଦାର କରିଥିବା ବସ୍ତର ଆଇ.ଜି. ସୁନ୍ଦର ରାଜ ପି ସୂଚନା ଦେଇଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories