ଦୁଲଣାପୁର ପଞ୍ଚାୟତ ସ୍ତରୀୟ ବିଜେଡିର ମିଶ୍ରଣ ପର୍ବ ଓ ବରିଷ୍ଠଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ:ବାଙ୍କୀ ଡମପଡା ପଞ୍ଚାୟତ ସମିତି ଅଧିନସ୍ଥ ଦୁଲଣାପୁର ପଞ୍ଚାୟତକୁ ଶ୍ରେଷ୍ଠ ଓ ଆଦର୍ଶ ପଞ୍ଚାୟତ ଗଠନ କରିବା ପରିପ୍ରେକ୍ଷୀରେ ସ୍ଥାନୀୟ ସରପଞ୍ଚ ସୁନିଲ କୁମାର ସାହୁଙ୍କ ପରିଚାଳନାରେ ପଞ୍ଚାୟତ ସ୍ତରୀୟ ବିଜେଡିର ମିଶ୍ରଣ ପର୍ବ ଓ ବରିଷ୍ଠ ବିଜେଡି କର୍ମୀ ମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ରବିବାର ଦିନ ଘାସିପୁଟ ଠାରେ ଥିବା କୁଶପଙ୍ଗି ପଞ୍ଚାୟତ ଭବନ ପରିସରରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ମିଶ୍ରଣ ପର୍ବରେ କଂଗ୍ରେସ ଦଳ ଛାଡି ବିଜେଡିରେ ନୂତନ ଭାବରେ ଯୋଗଦେଇଥିବା ପୁରୁଖା ମାନଙ୍କୁ ସ୍ୱାଗତ କରିବା ସହିତ ଦଳୀୟ ଉତ୍ତୋରୀୟ ଓ ଫୁଲତୋଡା ଦେଇ ସସ୍ୱାଗତ କରିଥିଲେ।

ସେହିପରି ବିଜେଡି ଦଳର ପଞ୍ଚାୟତ ସ୍ତରୀୟ ବରିଷ୍ଠ କର୍ମୀ ମାନଙ୍କୁ ପଞ୍ଚାୟତ ପକ୍ଷରୁ ଅନୁରୂପ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର,ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ପୂର୍ବତନ ସରପଞ୍ଚ ଗଦାଧର ରାଉତ, ବରିଷ୍ଠ ବିଜେଡି ନେତା ସମରେନ୍ଦ୍ର ମହାପାତ୍ର,ଦୁଲଣାପୁର ପଞ୍ଚାୟତର ବରିଷ୍ଠ ବିଜେଡି ନେତା କୃପାସିନ୍ଧୁ ରଥ,ମକୁନ୍ଦ ନାୟକ, ପ୍ରଭାକର ରାଉତ, ପ୍ରଦୋଷ କୁମାର ନାୟକ, ସୁରେନ୍ଦ୍ର କୁମାର ପଢିହାରୀ, ରାଜକିଶୋର ମହାନ୍ତି ଓ ଜମ୍ବେଶ୍ୱର ନାୟକ ପ୍ରମୁଖ ଯୋଗଦେଇ ଦୁଲଣାପୁର ପଞ୍ଚାୟତ ବିକାଶ ପଥରେ ଉନ୍ନତି କରି ଏକ ସମୃଦ୍ଧ ଓ ୧ନଂ ପଞ୍ଚାୟତ ହେବାର ଯୋଗ୍ୟତା ପାଇବା ପାଇଁ ଗୋଟିଏ ଦଳ ଗୋଟିଏ ସଂଗଠନରେ ସମ୍ଭବ ବୋଲି ଆଜିର ମିଶ୍ରଣ ପର୍ବ ପ୍ରତୀୟମାନ ହୋଇଥିବା ସମ୍ପର୍କରେ କହିଛନ୍ତି। ବାଙ୍କୀର ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଦୁଲଣାପୁର ପଞ୍ଚାୟତରେ ଯୁବ ନେତୃତ୍ୱର ବିକାଶ କ୍ଷେତ୍ରରେ ବରିଷ୍ଠ କର୍ମୀମାନଙ୍କର ଏକାନ୍ତ ସହଯୋଗକୁ ଆହ୍ୱାନ ଦେଇଥିଲେ। କଂଗ୍ରେସ ଦଳ ଛାଡି ପଞ୍ଚାୟତର ଦଳିତ ନେତା ରଙ୍କନିଧି ସେଠୀ ଏଠାରେ ଦଳୀୟ ଉତ୍ତୋରୀୟ ଗ୍ରହଣ କରି ଆନୁଷ୍ଠାନିକ ଭାବରେ ବିଜେଡିରେ ମିଶିଥିଲା ବେଳେ ରୋହିତ ନାୟକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଯୁବନେତା ବିଚିତ୍ର ମହାପାତ୍ର, ଗଣେଶ୍ୱର ପ୍ରଧାନ, ଅଲେଖ ନାୟକ, ବିଳାସ ନାୟକଙ୍କ ସମେତ ଦୁଲଣାପୁର ପଞ୍ଚାୟତ ଅନ୍ତର୍ଗତ ହାମିରା, ବଡହାମିରା, ବାରବାଟୀ, ଇନ୍ଦିରାବାସ, ଅରପୁର, ଦୁଲଣାପୁର ଗ୍ରାମର ୨୦ରୁ ଅଧିକ କଂଗ୍ରେସ କର୍ମୀ ଓ ପରିବାର ବିଜେଡିରେ ଯୋଗଦେଇଥିବା ସମ୍ପର୍କରେ ସରପଞ୍ଚ ସୁନିଲ କୁମାର ସାହୁ ସୂଚନା ଦେଇଛନ୍ତି। ସେହିପରି କୋଭିଡ୍ ନିୟମ ଅନୁପାଳନ ସହିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ବରିଷ୍ଠ ବିଜେଡି କର୍ମୀ ମାନଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

Comments are closed.