www.samajalive.in
Saturday, December 6, 2025
26.1 C
Bhubaneswar

ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା !

ମାଲକାନଗିରି: କାଲିମେଳା ବ୍ଲକର କାଙ୍ଗୁରୁକେଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।​ ସୂଚନା ଅନୁଯାୟୀ ଏହି ଗ୍ରାମର ପଦିଆ ମାଡକାମି (୬୫) ଗ୍ରାମରେ ପୁଜାର୍ଚ୍ଚନା କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ଧରି କିଛି ଲୋକ ମୃତ୍ୟୁ ବରଣ କରିଥିବା ଯୋଗୁ ପଦିଆ ଗୁଣି କରି ମାରିଥିବା ସନ୍ଦେହ କରୁଥିଲେ ।

ଆଜି ତାଙ୍କ ପରିବାରର ଦାସାହ କାର୍ଯ୍ୟ ନିମନ୍ତେ   ଆଜି  ଗାଁ ଦାଣ୍ଡରେ  ପ୍ରାୟ ୬୦ରୁ ଊର୍ଦ୍ଧ୍ଵ ଲୋକ ଆଲୋଚନା ପାଇଁ ବସିଥିଲା । ଏହି ଆଲୋଚନା ସମୟରେ ଗ୍ରାମର ମୁକୁନ୍ଦ ମାଡକାମି, ଫିଦା ମାଡକାମି, କାନା ମାଡକାମି, ଇର୍ମା ମାଡକାମି, ଗଙ୍ଗା ମାଡକାମି, ପଦିଆ କବାସି ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ । ଏବଂ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ପଦିଆଙ୍କ ପୁଅ ବିରା ମାଡକାମି କହିଛନ୍ତି । ଏହି ଘଟଣା ସମୟରେ ବାପାଙ୍କୁ ବଢାଇବାକୁ ଯାଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇ ଲୁଚି ପଳାଇଥିଲେ । ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories