www.samajalive.in
Saturday, December 6, 2025
16.1 C
Bhubaneswar

ଗାଁକୁ କରୋନାମୁକ୍ତ କର, ୫୦ ଲକ୍ଷ ପୁରସ୍କାର ଜିତ

ମୁମ୍ବଇ: ଯେତେ ସଚେତନ କଲେ କିମ୍ବା ଯେତେ ଆଇନ କଲେ ମଧ୍ୟ କିଛି ଲୋକ ଅମାନିଆ ହେବା କଥା ହେବେ। ସେମାନଙ୍କୁ ସୁଧାରିବା କଷ୍ଟକର। ସେମାନଙ୍କ ଉପରେ ଜରିମାନା ଠାରୁ ସେମାନଙ୍କ ପ୍ରତି ଦଣ୍ଡବିଧାନ ମଧ୍ୟ କିଛି କାମ କରୁନାହିଁ। ତାହାଛଡା କରୋନା ମୁକାବିଲା ଅଭିଯାନକୁ ଯେଭଳି ଅଧିକ ଫଳପ୍ରଦ ଭାବରେ ତ୍ୱରିତ କାର୍ଯ୍ୟକାରୀ କରାଯାଇପାରିବ, ସେଥିପାଇଁ ମହାରାଷ୍ଟ୍ର ସରକାର ଏକ ନୂଆ ଉପାୟ ଆପଣେଇଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଦିନ ‘କରୋନାମୁକ୍ତ ଗ୍ରାମ’ ପ୍ରତିଯୋଗିତା ଆରମ୍ଭ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ପ୍ରଥମ ପୁରସ୍କାର ୫୦ ଲକ୍ଷ ଟଙ୍କା, ଦ୍ୱିତୀୟ ୨୫ ଲକ୍ଷ ଏବଂ ତୃତୀୟ ପୁରସ୍କାର ବାବଦରେ ୧୫ ଲକ୍ଷ ଟଙ୍କା ରଖାଯାଇଛି। କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଯେଉଁ ଗ୍ରାମପଞ୍ଚାୟତଗୁଡିକ ଉଲ୍ଲେଖନୀୟ କାମ କରିବେ ସେମାନଙ୍କୁ ଏହି ପୁରସ୍କାର ମିଳିବ। ରାଜ୍ୟର ୬ଟି ରାଜସ୍ୱ ଡିଭିଜନରେ ମୋଟ ୧୮ଟି ପୁରସ୍କାର ପ୍ରଦାନ କରାଯିବ। ଯେଉଁ ଗ୍ରାମଗୁଡିକ ପ୍ରତିଯୋଗିତାରେ ବିଜୟୀ ହେବେ ସେମାନଙ୍କୁ ପୁରସ୍କାର ଅର୍ଥ ସହିତ ସମ ପରିମାଣର ଅର୍ଥ ପ୍ରୋତ୍ସାହନ ରାଶି ଆକାରରେ ମଧ୍ୟ ପ୍ରଦାନ କରାଯିବ ଏବଂ ତାହାକୁ ଉକ୍ତ ଗ୍ରାମଗୁଡିକରେ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories