www.samajalive.in
Sunday, December 7, 2025
23.1 C
Bhubaneswar

ଶେଷ ହେଲା ‘ମେକ୍‍ ଇନ୍‍ ଓଡ଼ିଶା’ ସମ୍ମିଳନୀ ; ଅଙ୍କାହେଲା ବିକାଶର ନକ୍ସା

ଭୁବନେଶ୍ୱର  : ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ, ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ସହ ରାଜଧାନୀରେ ଆରମ୍ଭ ହୋଇଥିବା ଶିଳ୍ପ ମହାକୁମ୍ଭ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୧୮ର ଗୁରୁବାର ପରିସମାପ୍ତି ଘଟିଛି। ଆଗାମୀ ଦିନରେ ସମ୍ମିଳନୀରେ ଉଦ୍ୟୋଗପତିମାନେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀହେଲେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିି ଓ ପ୍ରଗତିରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ତେବେ ଏହାକୁ ନେଇ ରାଜ୍ୟ ସରକାର ବିକାଶର ଏକ ନକ୍ସା ଆଙ୍କିଛନ୍ତି। ଏଥିରେ ୬ ବିଦେଶୀ ରାଷ୍ଟ୍ର ସହ ୨୩ଟି ରାଜ୍ୟରୁ ଯୋଗଦେଇଥିବା ୮୦୦ରୁ ଊର୍ଦ୍ଧ୍ବ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଆଡୁ ୪ ଲକ୍ଷରୁ ଅଧିକ ନିବେଶ ପ୍ରସ୍ତାବ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ପ୍ରତିଶ୍ରୁତି ମିଳିଛି।


ଏଭଳି ବ୍ୟାପକ ପୁଞ୍ଜିବିନିଯୋଗର ପ୍ରତିଶ୍ରୁତି ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ଏବଂ ସମୃଦ୍ଧ ରାଜ୍ୟର ମାନ୍ୟତା ଦେବା ସହ ଦେଶର ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଚଳିତଥର ସମ୍ମିଳନୀରେ ସରକାର ନୂଆ କରି ସାମିଲ କରିଥିବା ମହାକାଶ ବିଜ୍ଞାନ, ବେସାରିକ ବିମାନ ଚଳାଚଳ, ଜୈବ ପ୍ରଯୁକ୍ତି, ମହିଳା ଉଦ୍ୟୋଗିକତା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ନିବେଶ ସମ୍ଭାବନା ଦୃଢୀଭୂତ ହୋଇଛି। ଉପରୋକ୍ତ କ୍ଷେତ୍ରଗୁଡିକରେ ରାଜ୍ୟରେ ଅଭିବୃଦ୍ଧିିର ବ୍ୟାପକ ସମ୍ଭାବନା ରହିଥିବାରୁ ରାଜ୍ୟ ସରକାର ନିବେଶକଙ୍କୁ ଏଠାରେ ଶିଳ୍ପ ସ୍ଥାପନ ନେଇ ବିଭିନ୍ନ ପ୍ରୋତ୍ସାହନ ଏବଂ ସୁଯୋଗ ପ୍ରଦାନ କରୁଛନ୍ତି। ପାଞ୍ଚ ଦିନର ଏହି ଶିଳ୍ପ ମହାକୁମ୍ଭ ଜରିଆରେ ଏକ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାର ଦେଶ ଏବଂ ଦେଶ ବାହାରେ ପୁଞ୍ଜିପତି ଓ ଉଦ୍ୟୋଗପତିଙ୍କ ମହଲରେ ଓଡ଼ିଶା ବିନିର୍ମାଣ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ବୋଲି ସେମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି। ଭାରତୀୟ ଶିଳ୍ପ କ୍ଷେତ୍ରର ମୁଖିଆ କୁହାଯାଉଥିବା ମୁକେଶ ଅମ୍ବାନୀଙ୍କଠାରୁ ଆରମ୍ଭ କରି ଅନୀଲ ଅଗ୍ରୱାଲ, ନବୀନ୍‍ ଜିନ୍ଦଲ, କୁମାର ମଙ୍ଗଳମ୍‍ ବିର୍ଲା, ସଜ୍ଜନ ଜିନ୍ଦଲ ଏବଂ ଜାପାନ ଓ ସିଙ୍ଗାପୁର ରାଷ୍ଟ୍ରଦୂତଙ୍କ ଉପସ୍ଥିିତ ସମ୍ମିଳନୀର ଗୁରୁତ୍ୱକୁ ବଢାଇଥିଲା। ଅନ୍ୟପକ୍ଷରେ ଦେଶର ଅଗାଧାଡିର ଶିଳ୍ପପତିମାନେ ପୁଞ୍ଜିନିବେଶ କ୍ଷେତ୍ରରେ ଦେଇଥିବା ଉତ୍ସାହଜନକ ପ୍ରତିଶ୍ରୁତି ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ସେମାନଙ୍କର ରହିଥିବା ଆସ୍ଥାକୁ ପ୍ରମାଣିତ କରୁଛି। ସମ୍ମିଳନୀ ଅବସରରେ ଉଦ୍ୟୋଗପତିମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ, ରାଜ୍ୟର ସ୍ଥିର ସରକାର, ଉତ୍ତମ ପ୍ରଶାସନ, ରାଜନୈତିକ ସ୍ଥିରତା ସକ୍ରିୟ ଅମଲାତନ୍ତ୍ର ବ୍ୟବସ୍ଥାକୁ ବେଶ ପସନ୍ଦ କରିଥିଲେ।

- Advertisement -


ରାଜ୍ୟର ଶିକ୍ଷା, କ୍ରୀଡା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କେବଳ ମୁକେଶ କାହିଁକି କୁମାର ମଙ୍ଗଳମ୍‍ ବିର୍ଲାଙ୍କ ପର୍ଯ୍ୟନ୍ତ ଶିଳ୍ପପତି ଦେଖାଇଥିବା ଆଗ୍ରହ ଯଦି ଫଳପ୍ରଦ ହୁଏ ତା’ହେଲେ ଓଡ଼ିଶାର ବିକାଶଧାରାକୁ ଏହା ଅଧିକ ତ୍ୱରିତ କରିବ। ଏହି ସବୁ ଉଦ୍ୟୋଗପତିଙ୍କୁ ଓଡ଼ିଶାକୁ ପ୍ରୋତ୍ସାହିତ କରିଥିବା ଶିଳ୍ପପତିମାନେ ସମ୍ମିଳନୀରେ ମତପ୍ରକାଶ କରିଥିଲେ। ତେବେ ପରବର୍ତ୍ତୀ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories