www.samajalive.in
Saturday, December 6, 2025
19.1 C
Bhubaneswar

ମକର ସଂକ୍ରାନ୍ତିରେ ରାଶି ଖାଇବାର ମହତ୍ତ୍ବ

ମକର ସଂକ୍ରାନ୍ତି ଭାରତର ଏକ ବଡ ପର୍ବ ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ପ୍ରକାରରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରାତଃ ସମୟରେ ସ୍ନାନ, ଦାନ ଓ ରାଶି ଖାଇବାର ଅନେକ ମହତ୍ତ୍ବ ରହିଛି। ଏହି ଦିନ ନୂଆ ଚାଉଳରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି ଓ ରାଶି ଦ୍ବାରା ପ୍ରସ୍ତୁତ ଖାଇବା ଉଚିତ। ଆସନ୍ତୁ ଜାଣିବା ଏପରି କରିବାର ମହତ୍ତ୍ବ ସମ୍ବନ୍ଧରେ ..

ରାଶି ଖାଇବାର ବୈଜ୍ଞାନିକ କାରଣ :

- Advertisement -

ବୈଜ୍ଞାନିକ ଦୃଷ୍ଟିରୁ ମକର ସଂକ୍ରାନ୍ତି ଦିନ ରାଶି ଖାଇବା ଉଚିତ। ଏହା ଶରୀର ପାଇଁ ଲାଭଦାୟକ ଅଟେ। ବିଶେଷ କରି ଶୀତଦିନେ ରାଶି ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଶରୀରର ଉଷ୍ମତା ମଧ୍ୟ ବଜାୟ ରହିଥାଏ।

ଖେଚୁଡି ଖାଇବା ଓ ଦାନ କରିବାର କାରଣ :

ଖେଚୁଡି ଦାନ କରିବା ଓ ଭୋଜନ କରିବା ପଛରେ ଏକ କାରଣ ରହିଛି। ମକର ସଂକ୍ରାନ୍ତିରେ ନୂଆ ଚାଉଳରେ ଖେଚୁଡି ପ୍ରସ୍ତୁତ କରାଯାଇଥାଏ। ଏହାକୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବା ପରେ ଭୋଜନ କରାଯିବାର ପରମ୍ପରା ରହିଛି। ସେହି ଖେଚୁଡିକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରାଯାଇଥାଏ। ଏହାସହ ଗୁଡରେ ପ୍ରସ୍ତୁତ ଖିରି ମଧ୍ୟ ଅର୍ପଣ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରସ୍ତୁତ କରାଯାଇଥିବା ଖେଚୁଡିରେ ବିରି ଡାଲି ପକା ଯାଇଥାଏ। ବିରି ଡାଲିର ସମ୍ବନ୍ଧ ଶନିଦେବଙ୍କ ସହ ରହିଛି। ଏହି ବିଶେଷ ଦିନରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି ଖାଇବା ଦ୍ବାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ। ତେଣୁ ଏହି ଦିନ ଖେଚୁଡି ଖାଇବାର ପରମ୍ପରା ରହିଛି।

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories