www.samajalive.in
Sunday, December 7, 2025
26.1 C
Bhubaneswar

ମକର ସଂକ୍ରାନ୍ତିରେ ରାଶି ଓ ଖେଚୁଡି ଖାଇବାର ବୈଜ୍ଞାନିକ କାରଣ

ମକର ସଂକ୍ରାନ୍ତି ଭାରତର ଏକ ବଡ ପର୍ବ ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ପ୍ରକାରରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରାତଃ ସମୟରେ ସ୍ନାନ, ଦାନ ଓ ରାଶି ଖାଇବାର ଅନେକ ମହତ୍ତ୍ବ ରହିଛି। ଏହି ଦିନ ନୂଆ ଚାଉଳରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି ଓ ରାଶିର ଲଡ୍ଡୁ ସ୍ତୁତ ଖାଇବା ଉଚିତ। ଆସନ୍ତୁ ଜାଣିବା ଏପରି କରିବାର ମହତ୍ତ୍ବ ସମ୍ବନ୍ଧରେ ..
ରାଶି ଖାଇବାର ବୈଜ୍ଞାନିକ କାରଣ: ବୈଜ୍ଞାନିକ ଦୃଷ୍ଟିରୁ ମକର ସଂକ୍ରାନ୍ତି ଦିନ ରାଶି ଖାଇବା ଉଚିତ। ଏହା ଶରୀର ପାଇଁ ଲାଭଦାୟକ ଅଟେ। ବିଶେଷ କରି ଶୀତଦିନେ ରାଶି ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଶରୀରର ଉଷ୍ମତା ମଧ୍ୟ ବଜାୟ ରହିଥାଏ।
ଖେଚୁଡି ଖାଇବା ଓ ଦାନ କରିବାର କାରଣ: ଖେଚୁଡି ଦାନ କରିବା ଓ ଭୋଜନ କରିବା ପଛରେ ଏକ କାରଣ ରହିଛି। ମକର ସଂକ୍ରାନ୍ତିରେ ନୂଆ ଚାଉଳରେ ଖେଚୁଡି ପ୍ରସ୍ତୁତ କରାଯାଇଥାଏ। ଏହାକୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବା ପରେ ଭୋଜନ କରାଯିବାର ପରମ୍ପରା ରହିଛି। ସେହି ଖେଚୁଡିକୁ ସୂର୍ୟ୍ୟଦେବଙ୍କୁ ଅର୍ପଣ କରାଯାଇଥାଏ। ଏହାସହ ଗୁଡରେ ପ୍ରସ୍ତୁତ ଖିରି ମଧ୍ୟ ଅର୍ପଣ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରସ୍ତୁତ କରାଯାଇଥିବା ଖେଚୁଡିରେ ବିରି ଡାଲି ପକା ଯାଇଥାଏ। ବିରି ଡାଲିର ସମ୍ବନ୍ଧ ଶନିଦେବଙ୍କ ସହ ରହିଛି। ଏହି ବିଶେଷ ଦିନରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି ଖାଇବା ଦ୍ବାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ। ତେଣୁ ଏହି ଦିନ ଖେଚୁଡି ଖାଇବାର ପରମ୍ପରା ରହିଛି।
ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories