www.samajalive.in
Wednesday, December 10, 2025
14.1 C
Bhubaneswar

ଟ୍ରେନରେ ‘ମୁଁ ବି ଚୌକିଦାର’ ଲେଖା କପରେ ପରଷା ଯାଉଛି ଚା’, ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ

ନୂଆଦିଲ୍ଲୀ : ଟ୍ରେନରେ ‘ମୁଁ ବି ଚୌକିଦାର’ ଲେଖାଯାଇଥିବା କପରେ ଚା’ ପରଷା ଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବରୋଧୀଦଳମାନେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ଅଭଯୋଗ କରିଛନ୍ତି। ଆଇଆରସିଟିସି ଏବଂ ଭାରତୀୟ ରେଳ ବିଭାଗ ଏଭଳି କପରେ ଚା’ ବିକୁଥିବା ସେବାପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଏହି କପର କେତେକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ନିର୍ବାଚନ ଆୟୋଗ ସହ ଟ୍ୟାଗ କରି ଏହା ଆଚରଣବିଧି ଉଲ୍ଲଙ୍ଘନ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି।
ଟ୍ୱିଟର ବ୍ୟବହାରକାରୀ ପାୟଲ ମେହଟାଙ୍କ ଏକ ଟ୍ୱିଟ୍‍ ପରେ ଭାରତୀୟ ରେଳ ତତ୍ପରତା ପ୍ରକାଶ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଇଛି। ଆଇଆରସିଟିସି ଏନେଇ ସେବାପ୍ରଦାନକାରୀ ସଂସ୍ଥାଠାରୁ ଜବାବ ମାଗିଛି। ଏନେଇ ଆଇଆରସିଟିସି କ୍ଷମା ପ୍ରାର୍ଥନା କରିବା ସହ ସମସ୍ୟା ପାଇଁ ଦୁଃଖିତ ବୋଲି ପ୍ରକାଶ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories