ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଶବିର ଅହମ୍ମଦ ଶାହାଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିଛି। ସେହି ସମ୍ପତ୍ତି ତାଙ୍କର ପତ୍ନୀ ଓ କନ୍ୟାଙ୍କ ନାମରେ ରହିଛି । ଶବିର ଅହମ୍ମଦ ଶାହା ତାଙ୍କର ସହଯୋଗୀ ମହମ୍ମଦ ଅସଲାମ ୱାନିଙ୍କ ସହ ମିଶି ବହୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ୱାନି ମଧ୍ୟ ଜୈସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ। ଶବିର ଅହମ୍ମଦ ଶାହା ଅଲସମ ୱାନିଙ୍କୁ ହାୱାଲା ଅର୍ଥ ସଂଗ୍ରହ କରିବା ପାଇଁ ନିୟୋଜିତ କରୁଥିଲେ। ତଦନ୍ତ ସମୟରେ ଶବିର ଶାହାଙ୍କର କୌଣସି ଆୟ ନଥିବାର ସେ ସ୍ୱୀକାର କରିଥିଲେ ଓ ତାଙ୍କର ଖର୍ଚ୍ଚ ପାଇଁ ଆସୁଥିବା ଅର୍ଥର ଉତ୍ସ ବିଷୟରେ ଜଣାଇବା ପାଇଁ ବିଫଳ ହୋଇଥିଲେ। ତଦନ୍ତରୁ ଜଣାପଡିଛି। ସେ ଆନ୍ତର୍ଜାତିକ ଆତଙ୍କବାଦୀ ମହମ୍ମଦ ସୟିଦ ସହ ସମ୍ପର୍କ ରଖିଥିଲେ । ସୟିଦ ଜମାତ୍ ଉଦ୍ ଦୱାର ମୁଖ୍ୟ। ଶବିର ଅହମ୍ମଦ ଶାହା ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟ ପାଇଁ ଅର୍ଥ ପାଉଥିଲେ ବୋଲି ମଧ୍ୟ ତଦନ୍ତରୁ ଜଣାପଡିଛି। ବହୁ ବେଆଇନ କାରବାର ମାଧ୍ୟମରେ ସେ ଅନେକ ସମ୍ପତ୍ତି ଠୁଳ କରିଥିଲେ। ବ୍ୟାଜାପ୍ତ କରାଯାଇଥିବା ସମ୍ପତ୍ତି ଗୁଡ଼ିକ ଶ୍ରୀନଗରର ରାୱଲପଡାସ୍ଥିତ ଇଫାଣ୍ଡିବାଗରେ ରହିଛି।
Popular Categories



