www.samajalive.in
Sunday, December 7, 2025
16.1 C
Bhubaneswar

ମହାତ୍ମାଙ୍କ ମହାନତା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନରେ ଏପରି ବହୁ ଆଦର୍ଶ କଥା ଅଛି ଯାହା ଆମକୁ ଆଶା ଓ ପ୍ରେରଣା ପ୍ରଦାନ କରେ । ସେଭଳି କିଛି କଥାକୁ ଚାଲନ୍ତୁ ଜାଣିବା, ଗାନ୍ଧିଜୀ ସାରା ଦେଶରେ ଭ୍ରମଣ କରି ଚରକା ସଂଘ ପାଇଁ ଧନ ଏକାଠି କରୁଥିଲେ । ଏହି କାର୍ଯ୍ୟ ସମୟରେ ସେ ବହୁ ସଭାରେ ମଧ୍ୟ ଯୋଗ ଦେଉଥିଲେ। ଏକଦା ଏହି କାର୍ଯ୍ୟ ପାଇଁ ସେ ଓଡ଼ିଶା ଆସିଥିଲେ ।

ଓଡ଼ିଶାରେ ଏ ସଭାରେ ସେ ଭାଷଣ ଦେଇ ସାରିବା ପରେ ଏକ ଗରିବ ବୃଦ୍ଧା ଜଣେ ଠିଆ ହେଲେ । ସେ ବହୁତ ବୁଢୀ ହୋଇଯାଇଥିଲେ ଏବଂ ତାଙ୍କ ଅଣ୍ଟା ମଧ୍ୟ ନଇଁ ଯାଇଥିଲା। ତଥାପି ନିଜ ଇଚ୍ଛା ଶକ୍ତିର ବଳରେ ସେ ଭିଡ଼ ମଧ୍ୟରେ ଗାନ୍ଧୀଙ୍କ ପାଖରେ ପହଞ୍ଚିଥିଲେ। ଗାନ୍ଧୀଙ୍କ ପାଖରେ ପହଞ୍ଚି ସେ ତାଙ୍କ ପାଦ ଛୁଇଁ ନିଜ ପଣତ କାନିରେ ବାନ୍ଧିଥିବା ଏକ ତମ୍ବାର ଟଙ୍କା ବାହାର କଲେ। ସେହି ଟଙ୍କାକୁ ବାପୁଜୀଙ୍କ ପାଦ ପାଖରେ ରଖି ଦେଲେ। ସେ ସେହି ଟଙ୍କାଟିକୁ ଉଠାଇ ନିଜ ପାଖରେ ରଖିଲେ।

- Advertisement -

ସେହି ସମୟରେ ଚରଖା ସଂଘର ରାଜକୋଷ ଜମନାଲାଲ ବଜାଜ ସମ୍ଭାଳୁ ଥିଲେ। ସେ ତାଙ୍କୁ ସେହି ତମ୍ବା ଟଙ୍କାଟିକୁ ମାଗିବାରୁ ବାପୁଜୀ ମନା କରିଦେଲେ।ଏହାର କାରଣ ବିଷୟରେ ସେ ମହାତ୍ମାଙ୍କ ଠାରୁ ଜାଣିବାକୁ ଚେଷ୍ଟା କରିଥିଲେ । ବୃଦ୍ଧା ଜଣଙ୍କ ଏକ ବିଶାଳ ହୃଦୟ ଓ ଉଦାରପୂର୍ଣ୍ଣ ତଥା ବଳିଦାନ କାର୍ଯ୍ୟ ବୋଲି ମହାତ୍ମା ପ୍ରକାଶ କରିଥିଲେ । ତେଣୁ ଏହି ଟଙ୍କଟିର ମୂଲ୍ୟ ତାଙ୍କ ପାଇଁ କୋଟିଏ ଟଙ୍କା ମୂଲ୍ୟ ଠାରୁ ମଧ୍ୟ ଅଧିକ ବୋଲି ପ୍ରକାଶ କରିଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories