www.samajalive.in
Sunday, December 7, 2025
15.1 C
Bhubaneswar

ଟ୍ରଫି ସହ ସେଲ୍‍ଫି ନିଅ; ମ୍ୟାଚ୍‍ ଦେଖିବାର ଟିକଟ ଜିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ୫୯ ଦିନ ପରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରିବା ନେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଆପଣାଇଛନ୍ତି। ସାରା ଦେଶରେ ହକି ବିଶ୍ୱକପର ପ୍ରଚାର ଲାଗି ରୋଡ ଶୋ, ହକି ଆଡ୍ଡା, ‘ମାଇ ହାର୍ଟ ବିଟ୍‍ସ ଫର୍‍ ହକି’ ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଚାର ମଧ୍ୟ କରାଯାଉଛି। ଏହାଛଡ଼ା ଲଣ୍ଡନ, ସିଡ୍‍ନୀ, ସିଙ୍ଗାପୁର, ମ୍ୟୁନିକ୍‍ ଭଳି ବିଦେଶୀ ସହରରେ ହକି ବିଶ୍ୱକପ୍‍ର ପ୍ରଚାର କରାଯାଉଛି। ଓଡ଼ିଶାରେ ହକି ପ୍ରତି ଅଧିକରୁ ଅଧିକ ଦର୍ଶକଙ୍କ ଆକୃଷ୍ଟ କରିବା ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନୂତନ ଯୋଜନା ହାତକୁ ନିଆଯାଇଛି।
ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ପ୍ରତି ଜିଲାରେ ହକି ବିଶ୍ୱକପ ଟ୍ରଫି ପ୍ରଦର୍ଶିତ କରାଯିବା ବେଳେ ଭୁବେନେଶ୍ୱର, ପୁରୀ ଓ ରାଉରକେଲାରେ ଏଲ୍‍ଇଡି ପରଦା ମାଧ୍ୟମରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ପୁଣି ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଥିବା ନକଲି ହକି ବିଶ୍ୱକପ ଟ୍ରଫି ସହ ସେଲ୍‍ଫି ନେଇ ୪ଟି ମ୍ୟାଚ ଦେଖିବାର ଟିକଟ ହାସଲ ନେଇ ହକିପ୍ରେମୀମାନଙ୍କ ଲାଗି ସୁଯୋଗ ଉପଲବ୍ଧ ହୋଇଛି। ହକିପ୍ରେମୀ ସହରର କିଟ୍‍ ବିଶ୍ୱବିଦ୍ୟାଳୟ, ସଚିବାଳୟ, ଓସିଏସି ଟାୱର, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର, ଏସ୍‍ପ୍ଲାନେଡ୍‍-୧ ମଲ୍‍, ବିଏମ୍‍ସି ଭବାନୀ ମଲ୍‍ ଆଦି ସ୍ଥାନମାନଙ୍କରେ କ୍ରୀଡ଼ା ବିଭାଗ ପକ୍ଷରୁ ନକଲି ହକି ବିଶ୍ୱକପ ଟ୍ରଫି ପ୍ରଦର୍ଶିତ କରାଯାଇଛି। ହକିପ୍ରେମୀ ଉକ୍ତ ଟ୍ରଫି ସହିତ ସେଲ୍‍ଫି ନେଇ (ହାଚ୍‍ ଓଡ଼ିଶା -୨୦୧୮) ରେ ଅପଲୋଡ଼ କରିପାରିବେ। ଉକ୍ତ ସେଲ୍‍ଫି ମଧ୍ୟରୁ ଲକି ଡ୍ର ମାଧ୍ୟମରେ ବିଜେତାଙ୍କୁ ମନୋନୟନ କରାଯିବ। ଉକ୍ତ ବିଜେତାଙ୍କୁ ୪ଟି ମ୍ୟାଚ୍‍ ଦେଖିବା ଲାଗି ଟିକଟ ମିଳିବ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କମିଶନରେଟ ପୁଲିସ କାର୍ଯ୍ୟାଳୟରେ ଟ୍ରଫି
ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନ ପରେ ଏବେ କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ମୁଖ୍ୟାଳୟରେ ପ୍ରଦର୍ଶିତ ହୋଇଛି ହକି ବିଶ୍ୱକପ୍‍ ଟ୍ରଫିର ପ୍ରତିକୃତି। ଶୁକ୍ରବାର କମିଶନରେଟ ପୁଲିସ ମୁଖ୍ୟାଳୟରେ ଏହି ଟ୍ରଫି ପ୍ରଦର୍ଶନକୁ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ପୁଲିସ କ୍ରୀଡ଼ାବିତ୍‍, ଅଧିକାରୀମାନେ ଉପସ୍ଥିତ ଥିଲେ। ଟ୍ରଫି ସହିତ ପୁଲିସ ଅଧିକାରୀ ଓ ସାଧାରଣ ଲୋକେ ସେଲ୍‍ଫି ନେବାର ସୁଯୋଗ ପାଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories