www.samajalive.in
Wednesday, November 12, 2025
27.1 C
Bhubaneswar

ଆଜି ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା

ଉତ୍ତରଭୁବନେଶ୍ଵର: ମହାସପ୍ତମୀ ତିଥିରେ ସୋମବାର ଧରାବତରଣ କରିବେ ମା’ ଜଗତଜନନୀ । ରବିବାର ମା’ଙ୍କ ଷଷ୍ଠୀ ପୂଜା ଓ ବିଲ୍ଵବରଣ ଶେଷ ହୋଇଥିବାବେଳେ ପଞ୍ଜିକା ତିଥି ଅନୁଯାୟୀ ସମସ୍ତ ପୂଜା ସମ୍ପନ୍ନ କରାଯାଇଛି। ସୋମ‌ବାର ମା’ ମଣ୍ଡପରେ ବିରାଜିବେ । ଶିଳ୍ପୀମାନେ ମା’ଙ୍କ ଅନ୍ତିମ ସ୍ପର୍ଶ ଶେଷ କରିଥିବା ବେଳେ ଶାରଦୀୟ ଦୁର୍ଗାପୂଜା ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଛୋଟ ବଡ ୧୯୩ରୁ ଅଧୂକ ମଣ୍ଡପରେ ମା’ ପୂଜା ପାଉଥିବା ଜଣାପଡ଼ିଛି। ଚଳିତ ବର୍ଷ ଭିନ୍ନ ଭିନ୍ନ ଢ଼ଙ୍ଗରେ ମଣ୍ଡପଗୁଡ଼ିକରେ ସାଜସଜ୍ଜା ଓ ତୋରଣ ଶୋଭା ପାଇଛି। ଆଲୋକ ମାଳାରେ ରଙ୍ଗିନ୍ ହୋଇ ଉଠିଛି ଅଞ୍ଚଳ। ମା’ଙ୍କ ସପ୍ତମୀ ପୂଜା ପୂଜାମଣ୍ଡପ ଚଳଚଞ୍ଚଳ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥ‌ିବା ବେଳେ ରବିବାର ଅପରାହ୍ଣ ୩ଟା ପରଠାରୁ ମା’ଙ୍କ ବେଲ୍ଵବରଣ ଆରମ୍ଭ ହୋଇଛି।

ସୋମ‌ବାର ସକାଳୁ ମା’ଙ୍କ ମହାସପ୍ତମୀ ପୂଜା ପାଇଁ ଜଳଯାତ୍ରା କରାଯାଇ ଦିନ ୧୦ଟା ପରଠାରୁ ଯଥାବିଧୂ ପୂଜା ଆରମ୍ଭହେବ ବୋଲି ଜଣାପଡ଼ିଛି। ପଡ଼ିଛି। ୧୨ଟାରୁ ଚକ୍ଷୁଦାନ କରାଯିବା ସହ ଦିନ ୨ଟା ଭିତରେ ମା’ଙ୍କ ଆରତୀ ଓ ପୁଷ୍ପାଞ୍ଜଳି ଷ୍ପାଞ୍ଜଳି ପ୍ରଦାନ କାର୍ଯ୍ୟକ୍ରମ ରହିଛି। ରବିବାରଠାରୁ ପୂଜାର ଅବ୍ୟବହିତ ପୂର୍ବରୁ ମଣ୍ଡପ ନିକଟରେ ଭିଡ଼ ଜମିବା ଆରମ୍ଭ ହୋଇଛି । ନାଲି, ନେଳି ଆଲୋକମାଳାରେ ସହର ଝଲସି ଉଠୁଥିବାବେଳେ ମଣ୍ଡପ ପାଖରେ ଭିଡ଼ ଜମୁଛି। ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୀନାବଜାର ଓ ରାମଦୋଳି ବ୍ୟବସ୍ଥା ହୋଇଥିବାରୁ ଶ୍ରଦ୍ଧାଳୁ ସେଠାରେ ଭିଡ ଜମାଉଛନ୍ତି ।

Hot this week

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

Related Articles

Popular Categories