www.samajalive.in
Saturday, December 6, 2025
26.1 C
Bhubaneswar

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: କାଲି ନାମାଙ୍କନ ଦାଖଲର ଶେଷ ଦିନ, ସରିନି ଆସନ ବୁଝାମଣା

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଲାଗି ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। ନିର୍ବାଚନରେ ଶାସକ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଘାଡ଼ୀ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ। ହେଲେ ଉଭୟ ମେଣ୍ଟ ଦଳର ଆସନ ବୁଝାମଣା ଏଯାଏ ତୁଟିନାହିଁ। ବର୍ତ୍ତମାନ ସୁଦ୍ଧା ମହାବିକାଶ ଅଘାଡ଼ୀ ୨୯ ଏବଂ ମହାୟୁତି ୫୩ ଆସନରେ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ମହାବିକାଶ ଅଘାଡ଼ୀର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟି ମେଣ୍ଟରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି। କୁହାଯାଉଛି ଯେ, ଦୁଇ ମେଣ୍ଟ ଦଳ ନିଜ ସହଯୋଗୀ ଦଳଗୁଡ଼ିକ ସହିତ ଆସନ ବୁଝାମଣାରେ ଫସି ରହିଛନ୍ତି। ଆସନ ନେଇ କୌଣସି ଦଳ ମଧ୍ୟରେ ସହମତି ହୋଇପାରୁ ନାହିଁ। ଯେଉଁଥିପାଇଁ ପ୍ରାର୍ଥୀ ଘୋଷଣା ହୋଇପାରୁ ନ ଥିବା ଜଣାପଡ଼ିଛି। ତଥାପି ସୋମବାର ଅପରାହ୍ନ ସୁଦ୍ଧା ପ୍ରାର୍ଥୀ ଘୋଷଣା ସରିବ ବୋଲି ଆଶା କରାଯାଉଛି।

ମହାରାଷ୍ଟ୍ରରେ ୨୮୮ ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ ସମସ୍ତ ଆସନରେ ଭୋଟଗ୍ରହଣ କରାଯିବ ଏବଂ ୨୩ ତାରିଖରେ ଫଳାଫଳ ଘୋଷଣା ହେବ। ମଙ୍ଗଳବାର ଅକ୍ଟୋବର ୨୯ ଅପରାହ୍ନ ୩ଟା ନାମାଙ୍କନପତ୍ର ଦାଖଲର ଶେଷ ସମୟ ରହିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories