www.samajalive.in
Monday, December 15, 2025
16.1 C
Bhubaneswar

ଆଜି ୧୨ ଘଣ୍ଟିଆ ମହାରାଷ୍ଟ୍ର ବନ୍ଦ

ମୁମ୍ବଇ: ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୬% ସଂରକ୍ଷଣ ଦାବି କରି ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ସେହିପରି ନିଖିଳ ଭାରତ କିଶାନ ସଭା ପକ୍ଷରୁ ଆଜି ଅପରାହ୍ଣରେ ଚର୍ଚ୍ଚଗେଟ୍‍ ରେଳଷ୍ଟେସନ୍‍ରୁ ହୁତାତ୍ମା ଛକ ପର୍ଯ୍ୟନ୍ତ ଏକ ରାଲି ଆୟୋଜନ ପାଇଁ ଘୋଷଣା କରାଯାଇଛି। ଦୁଇ ଦୁଇଟି ସଂଗଠନର ଆନ୍ଦୋଳନ ଯୋଗୁଁ ଗଣ୍ଡଗୋଳ ଓ ହିଂସା ଆଶଙ୍କାରେ ରାଜ୍ୟ ସରକାର ସମସ୍ତ ସ୍କୁଲ୍‍ କଲେଜ୍‍ ବନ୍ଦ ଘୋଷଣା କରିଛନ୍ତି। ଆନ୍ଦୋଳନ ଓ ବନ୍ଦ ଡାକରା ଯୋଗୁଁ ମହାରାଷ୍ଟ୍ରର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଅବଶ୍ୟ ନଭି ମୁମ୍ବଇକୁ ଆନ୍ଦୋଳନ ଓ ବନ୍ଦର ପ୍ରଭାବରୁ ବାଦ୍‍ ରଖାଯାଇଛି।
ବିଜେପି ସରକାରଙ୍କ ଶ୍ରମିକ ଓ ଅନୁସୂଚିତ ଜାତି ବିରୋଧୀ ନୀତି ଏବଂ ଅନୁସୂଚିତ ଜନଜାତି ନୀତି ପ୍ରତିବାଦରେ ନିଖିଳ ଭାରତ କିଶାନ ସଭା ପକ୍ଷରୁ ଆନ୍ଦୋଳନ ଡାକରା ସହିତ ‘ଜେଲ୍‍ ଭରୋ’ ସ୍ଲୋଗାନ୍‍ ଦିଆଯାଇଛି।
ସେହିପରି ମୁମ୍ବାଇର ବାନ୍ଦ୍ରା ୱେଷ୍ଟ ଉପସହରାଞ୍ଚଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମରାଠା କ୍ରାନ୍ତି ମୋର୍ଚ୍ଚାର ସଦସ୍ୟମାନେ ଧାରଣାରେ ବସିବେ ବୋଲି କହିଛନ୍ତି। ନଭେମ୍ବର ଶେଷ ସୁଦ୍ଧା ସଂରକ୍ଷଣ ପ୍ରସଙ୍ଗରେ ନିଷ୍ପତ୍ତି ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ ଆଶ୍ୱାସନା ଦେବା ସତ୍ତେ୍ୱ ମରାଠା ସଂରକ୍ଷଣ ଆନ୍ଦୋଳନ ଜାରି ରହିଛି।
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହିତ ଅଧିକ ସଂଖ୍ୟାରେ ସୁରକ୍ଷା ବଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଜୁଲାଇ ୧୮ ରୁ ୨୭ ତାରିଖ ମଧ୍ୟରେ ୨୭୬ଟି ହିଂସା ମାମଲା ରୁଜୁ କରାଯାଇଛି। ସେହି ସମୟ ମଧ୍ୟରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୮ ପୁଲିସ ଅଧିକାରୀଙ୍କ ସହିତ ୨୦ ଜଣ କର୍ମଚାରୀ ଆହତ ହୋଇଛନ୍ତି। ୪.୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories